Advertisment

ଏଇଠି ଜୋର ଧରିଲା ମେଡିକାଲ କଲେଜ ଦାବି,୧୩ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା..ସେପ୍ଟେମ୍ବର ୨୩ରେ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ

medical college

medical college

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ଏଥିପାଇଁ ଗତ ଅଢେଇ ବର୍ଷ ଧରି ଆନ୍ଦୋଳନ ଚାଲିଛି। ଏବେ ଗତ ୫ ତାରିଖରୁ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଧାରଣା ୧୩ ଦିନରେ ପହଞ୍ଚିଛି। କିନ୍ତୁ ଏପର୍ଯ୍ୟନ୍ତ ସରକାର ସେମାନଙ୍କ ସହ ଆଲୋଚନା କରିନାହାନ୍ତି।

Advertisment

 ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଗତ ୫ ତାରିଖରୁ ଚଳାଇଛି ଧାରଣା। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଚାଲିଛି ଅହୋରାତ୍ର ଧାରଣା। ଯଦି ସରକାର ଦାବି ନଶୁଣନ୍ତି, ତେବେ ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ରହିଛି। କେବଳ ଡାକ୍ତର ନୁଅନ୍ତି ଅନ୍ୟ ମେଡିକାଲ ଷ୍ଟାଫ୍ ଓ ଅତ୍ୟାଧୁନିକ ମେସିନ୍ ନାହିଁ । ଏହି ଦୟନୀୟ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଜିଲ୍ଲାରେ ଏକ ମେଡିକାଲ କଲେଜ ପାଇଁ ଦାବି ହୋଇଆସୁଛି। କିନ୍ତୁ ଏ ଦିଗରେ ସରକାର କର୍ଣ୍ଣପାତ କରୁନାହାନ୍ତି। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦାୟୀ ବୋଲି ମତ ରଖିଛନ୍ତି କିଛି ଛାତ୍ର।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ହେଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବାହାରକୁ ଯିବାକୁ ପଡିବନି। ତାସହ ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ।

Medical College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ