e scooter
ଚାଲୁଥିବା ସମୟରେ ହଠାତ୍ ଇ-ସ୍କୁଟରକୁ ଧରିଲା ନିଆଁ । ସୌଭଗ୍ୟବଶତଃ ଅଳ୍ପକେ ଡେଲିଭରି ବୟଙ୍କ ଜୀବନ ବଞ୍ଚିଯାଇଛି । ସେ ଇ ସ୍କୁଟରରୁ ଡେଉଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି । ଉତ୍ତରପ୍ରଦେଶ ନଏଡାର କୋତବାଲି ସେକ୍ଟର-୧୧୩ର ମୁଖ୍ୟ ରାସ୍ତାରେ ଏପରି ଅଘଟଣ ଘଟିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଜଳିଯାଇଥିବା ସ୍କୁଟର ଉଦ୍ଧାର କରିଛି ପୋଲିସ୍ । ତେବେ ସ୍କୁଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା କୁହାଯାଉଛି ।
ବିଗ୍ ବାସ୍କେଟ୍ର ଡେଲିଭରୀ ବୟ ଚନ୍ଦ୍ର ନିଜ ଇ-ସ୍କୁଟର୍ରେ କିଛି ସାମଗ୍ରୀ ଦେବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ । ଆଉ ସେତିକି ବେଳେ ହଠାତ୍ ସ୍କୁଟର୍ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍କୁଟର୍ରୁ ସଙ୍ଗେ ସଙ୍ଗେ ଡେଇଁପଡି ଡେଲିଭରୀ ବୟ ନିଜ ଜୀବନ ବଞ୍ଚାଇଥିଲେ । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ନିଆଁ ଲିଭିବା ବେଳକୁ ସ୍କୁଟର୍ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇସାରିଥିଲା ।
ତେବେ ତାଙ୍କ ଇ-ସ୍କୁଟର୍ରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏବେ ପ୍ରାୟ ସମୟରେ ଏପରି ଖବର ଶୁଣିବାକୁ ମିଳୁଛି । ଆଉ ସବୁଠାରୁ ବଡ଼ କଥା ହେଲା ଇସ୍କୁଟରରେ ହିଁ ଅଧିକ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/e_scooter__1666852053.jpg)