Advertisment

ବର୍ଷାର ଦେଖା ଦର୍ଶନ ନାହିଁ...ମରୁଡ଼ି ଜଳଜଳ, ହିଡ଼ମୁଣ୍ଡରେ କାନ୍ଦୁଛି ଚାଷୀ

ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।

ଅଦ୍ୟତନ ହୋଇଛି
Deficit rainfall

Deficit rainfall

Advertisment

ଆଷାଢ ଯାଇ ଶ୍ରାବଣ ଛୁଇଁଲାଣି...ଏ ସମୟରେ ଦିନରାତି ଏକ କରି ହିଡ ମୁଣ୍ଡରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତଳା ରୁଆପୋତା କରେ ଚାଷୀ ଭାଇ । ହେଲେ ଏଥର ସ୍ଥିତି ପୂରା ଗୋଳମାଳିଆ । ଶ୍ରାବଣ ମାସରେ ବି ଟାଙ୍ଗରା ପଡିଛି ବିଲ । ଗୋରୁ ଚରୁଛନ୍ତି, ବିଲକୁ ଆସିନି ଚଷା ପୁଅ । କେମିତି ଚାଷ ହେବ ସେଇ ଚିନ୍ତାରେ କଟୁଛି ଦିନ ।

Advertisment

ଟିଟିଲାଗଡ ଉପଖଣ୍ଡରୁ ଯେଉଁ ଦୃଶ୍ୟ ଆସିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବର୍ଷା ନହେଉନଥିବା କାରଣରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି । ବିଲରେ ଏଯାଏଁ ହଳବେଉସା ବି ହୋଇନି । ଯଦି ଏମିତି ସ୍ଥିତି ଲାଗି ରହିବ ମରୁଡି ନିଶ୍ଚୟ ହେବ ବୋଲି କହିଲେଣି ଚାଷୀ ଭାଇ ।

ଚଳିତବର୍ଷ ପାଣିପାଗ ବିଭାଗର ପୂର୍ବାନୁମାନ ଥିଲା ମୌସୁମୀ ଠିକ୍‌ ସମୟରେ ଆସିବ ଓ ଭଲ ବର୍ଷା ହେବ । ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଶୁଣି ଚାଷୀମାନେ ବେଶ୍‍ ଖୁସି ଥିଲେ । ହେଲେ ବର୍ତ୍ତମାନ ବର୍ଷାର ଲୁଚକାଳି ଖେଳ ଚାଷୀ ମାନଙ୍କୁ ହତାଶ କରିଛି । ପ୍ରାକ୍‍ ମୌସୁମୀ ବର୍ଷା ହେବା ପରେ ଚାଷୀ ମାନେ ଧାନ ବୁଣାବୁଣି କରିଥିଲେ । ହେଲେ ପ୍ରଥମ ବର୍ଷା ପରେ ଆଉ ବର୍ଷା ନହେବାରୁ ବର୍ତ୍ତମାନ ଧାନ ତଳି ଜଳିବାରେ ଲାଗିଲାଣି , ବିଲର ମାଟି ଫାଟି ଆଁ କଲାଣି । ଯାହାକୁ ଦେଖି ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ ।

Advertisment

ସାଧାରଣତଃ ଜୁନ୍‌ମାସରୁ ବର୍ଷା ଆରମ୍ଭ ହେଉଥିଲେ ମଧ୍ୟ ଚଳିତ ବର୍ଷ ଜୁଲାଇ ମାସର ଅଧା ହେଲାଣି କିନ୍ତୁ ବର୍ଷାର ଦେଖାଦର୍ଶନ ନାହିଁ । ତେଣୁ ନଈନାଳ ସବୁ ଶୁଖିଗଲାଣି । ଏମିତି ପରିସ୍ଥିତିରେ ଚାଷ କେମିତି ହେବ ତାକୁ ନେଇ ସମସ୍ତେ ଚିନ୍ତାରେ । ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ଅଭିଯୋଗ ପରେ ବି ସରକାରଙ୍କ ପକ୍ଷରୁ କୌଣସି ମେଗାଜଳ ସେଚନ ପ୍ରକଳ୍ପ କରାଯାଉନି ତେଣୁ ଚାଷକାମରେ ଅନେକ ପ୍ରକାର ସମସ୍ୟା ଦେଖାଯାଉଥିବା କୁହାଯାଉଛି । ସେପଟେ ଏ ସମ୍ପର୍କରେ କୃଷି ଅଧିକାରୀ କହିଛନ୍ତି, ଚଳିତ ବର୍ଷ ଖୁବ କମ ବର୍ଷା ହୋଇଛି ଓ ଏହା ଦ୍ୱାରା ଚାଷ କାମରେ ପ୍ରଭାବ ପଡିଛି । ତେବେ ଆଗାମୀ ୫/୭ ଦିନ ମଧ୍ୟରେ ବର୍ଷା ନହେଲେ ଅବସ୍ଥା ଗୁରୁତର ହୋଇପାରେ। ଏଭଳି ସ୍ଥିତିରେ ଚାଷୀଙ୍କୁ ଅଣ ଧାନ ଚାଷ କରିବାକୁ ପରାମର୍ଶ ଦିଆଯାଇଛି ।

Deficit Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ