Advertisment

ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବବିଆ’, ୭୦ ବର୍ଷ ଧରି କେବଳ ପ୍ରସାଦ ଖାଉଥିଲା

କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି କୁମ୍ଭୀରର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Crocodile of Sri Ananthapadmanabha swamy temple died

Crocodile of Sri Ananthapadmanabha swamy temple died

Advertisment

କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି କୁମ୍ଭୀରର ମୃତ୍ୟୁ ଘଟିଛି। 

Advertisment

ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ପୋଖରୀରେ କାହିଁ କେଉଁ ଦିନରୁ ରହି ଆସୁଥିଲା ଏହି ଶାକାହାରୀ କୁମ୍ଭୀର। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହୀ କୁମ୍ଭୀରଟି ଶାକାହାରୀ ଥିଲା। ମନ୍ଦିର ପୂଜକ ତଥା କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି କୁମ୍ଭୀର ମନ୍ଦିର ପୋଖରୀରେ ଦୀର୍ଘ ୭୦ ବର୍ଷ ଧରି ରହି  ପୋଖରୀରେ ରହି ଆସୁଥିଲା। ସମସ୍ତ ତାକୁ ବବିଆ ବୋଲି ଡାକୁଥିଲେ। ସ୍ଥାନୀୟ ଲୋକଙ୍କର ଅତି ପ୍ରିୟ ଥିଲା ସେ । ଏତେ ବର୍ଷ ଧରି କେବେ କାହାର କ୍ଷତି କରି ନ ଥିବା କୁହନ୍ତି ସ୍ଥାନୀୟ ଲୋକେ।

ବବିଆକୁ ନେଇ ଏକ କାହାଣୀ ସ୍ଥାନୀୟ ଲୋକଙ୍କ ମୁହଁରେ ଶୁଣିବାକୁ ମିଳେ। 1945 ମସିହାରେ ଜଣେ ବ୍ରିଟିଶ ସୈନିକ ଏହି ହ୍ରଦରେ ଥିବା ଏକ କୁମ୍ଭୀରକୁ ଗୁଳି କରି ହତ୍ୟା କରିଥିଲେ । ଏହାର ଅଳ୍ପ କିଛି ଦିନ ମଧ୍ୟରେ ବାବିଆ ମନ୍ଦିର ପୋଖରୀରେ ଦେଖା ଦେଇଥିଲେ। ବାବିଆ କେବେ ବି ମନ୍ଦିରକୁ ଆସୁଥିବା ଭକ୍ତ କିମ୍ବା ହ୍ରଦର କୌଣସି ମାଛ କିମ୍ବା ଅନ୍ୟ ଜୀବଜନ୍ତୁକୁ ଆକ୍ରମଣ କରୁନଥିଲା।   ଭକ୍ତ ଓ ପୂଜାରୀ ଦେଉଥିବା ଶାକାହାରୀ ଖାଦ୍ୟ ଖାଇ ବଞ୍ଚୁଥିଲା। ଏହାକୁ ଦେଖି ପ୍ରଥମେ ଲୋକେ  ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।  ଏହାପରେ ଭକ୍ତ ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବବିଆ।   ସମୟ ସମୟରେ କୁମ୍ଭୀରଟି ହ୍ରଦ କୂଳକୁ ଆସି କୁଆଡେ ଠାକୁର ଦର୍ଶନ ବି କରୁଥିଲା ବୋଲି କହନ୍ତି ଏଠିକାର ଲୋକେ ।

Advertisment

ଶନିବାରଠାରୁ ବବିଆକୁ ଆଉ ପୋଖରୀରେ ଦେଖିବାକୁ ମିଳୁ ନ ଥିଲା। ରବିବାର ବିଳମ୍ବିତ ରାତିରେ ସେ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ପୋଖରୀରୁ କୁମ୍ଭୀରର ଶବକୁ ବାହାର କରିଥିଲେ। ପରେ କୁମ୍ଭୀରର ଶବକୁ ଏକ କାଚ ବାକ୍ସରେ ରଖାଯାଇଥିଲା। ତା ପାଖରେ ଧୂପ, ଦୀପ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଛି।  ମୃତ କୁମ୍ଭୀରକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ତଥା ବହୁ ନେତାଙ୍କର ଭିଡ ଜମିଥିଲା ।ମନ୍ଦିର କର୍ମଚାରୀଙ୍କ କହିବା ଅନୁଯାୟୀ, ବବିଆ ଶାକାହାରୀ ଥିଲା। କେବଳ ମନ୍ଦିର ପ୍ରସାଦ ଖାଇ ସେ ଜୀବନ ନିର୍ବାହ କରୁଥିଲା। ଏହି ପ୍ରସାଦରେ ଥିଲା ଚାଉଳ ଏବଂ ଗୁଡ। ଏଠିକାର ଭକ୍ତମାନେ ବିବିଆ କୁମ୍ଭୀରକୁ ଡରୁ ନ ଥିଲେ। ବରଂ ସେମାନେ ତାକୁ ପ୍ରସାଦ ଖାଇବାକୁ ଦେଉଥିଲେ। ତାକୁ ବି ଅନନ୍ତ ପଦ୍ମନାଭ ସ୍ୱାମୀଙ୍କ ଭକ୍ତ ଭାବେ ବିବେଚନା କରୁଥିଲେ ସ୍ଥାନୀୟ ଲୋକେ। ତେବେ ବାବିଆର ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ହଜାର ହଜାର ଲୋକ ତାହାର ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ । ସୋମବାର ମଧ୍ୟାହ୍ନରେ ମନ୍ଦିର ନିକଟରେ ଏକ ବଡ ଗାତ ଖୋଳି କୁମ୍ଭୀରକୁ ପୋତି ଦିଆଯାଇଥିବା କୁହାଯାଉଛି । 

Crocodile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ