Advertisment

ଫିଟନେସ୍‌ ଲାଗି ପୁରସ୍କାର ପାଇଲେ ପୋଲିସ୍‌

ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ । ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ ବରଂ ଯୋଗ ବି ଶିଖାଉଛନ୍ତି । ରାଉରକେଲା ସେକ୍ଟର ୨୧ ନୟାବଜାର ସ୍ଥିତ ୪ର୍ଥ ବାଟାଲିୟନରେ ଚାକରି କରୁଛନ୍ତି ରାମଚନ୍ଦ୍ର । ଯୋଗ ଶିଖାଇବା ପରେ ଜାତୀୟ ଓ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ବହୁ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛନ୍ତି ।

ଅଦ୍ୟତନ ହୋଇଛି
Odisha Police Fitness Award

fitness, Odisha Police

Advertisment

ଆଜିକାଲି ପୋଲିସଙ୍କ ଫିଟନେସକୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାହାର ପେଟ ବାହାରି ଗଲାଣି ତ ଆଉ କିଏ ଅଳସୁଆ ହୋଇଗଲେଣି । ସେଇଥି ଲାଗି ଫିଟ୍‌ ନରହିଲେ ଚାକିରି ଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା। କିନ୍ତୁ ଆମେ ଏବେ ଏମିତି ଜଣେ ପୋଲିସ ଅଫିସରଙ୍କ କଥା କହୁଛୁ ଯିଏ କି ଫିଟନେସ ଲାଗି ପୁରସ୍କାର ପାଇବା ସହ ପୂରା ଭାରତରୁ ସାଉଁଟୁଛନ୍ତି ପ୍ରଶଂସା ।

Advertisment

ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ। ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ ବରଂ ଯୋଗ ବି ଶିଖାଉଛନ୍ତି । ରାଉରକେଲା ସେକ୍ଟର ୨୧ ନୟାବଜାର ସ୍ଥିତ ୪ର୍ଥ ବାଟାଲିୟନରେ ଚାକରି କରୁଛନ୍ତି ରାମଚନ୍ଦ୍ର । ଯୋଗ ଶିଖାଇବା ପରେ ଜାତୀୟ ଓ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ବହୁ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛନ୍ତି ।

ଡ୍ୟୁଟି ସମୟରେ ପୋଲିସ ଡ୍ରେସ ପିନ୍ଧି ଲୋକଙ୍କ ସେବା କରନ୍ତି, ଆଉ ଡ୍ୟୁଟି ସରିବା ପରେ ସମାଜର ସେବା କରନ୍ତି । ଆଉ ତାହାରି ଭିତରେ ସମୟ ବାହାର କରି ଯୋଗ ବି ଶିଖାଉଛନ୍ତି ରାମଚନ୍ଦ୍ର । ନିଜର କାମ ଲାଗି ସେ ଏତେ ପୁରସ୍କାର ପାଇଲେଣି ଯେ ଗଣିବା ବି କଷ୍ଟକର ହୋଇ ପଡ଼ୁଛି । ଗତ ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଲଖୋଟିଆ ଗାଡେର୍ନରେ ହୋଇଥିବା ସର୍ବଭାରତୀୟ ଯୋଗ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରାମଚନ୍ଦ୍ର । ସେହିପରି ଡିସେମ୍ବରରେ ପଂଜାବରେ ଆୟୋଜିତ ଅଲଇଣ୍ଡିଆ ପୋଲିସ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରି ଗୋଲଡ ମେଡାଲ ପାଇଛନ୍ତି ।

Advertisment

୨୦୧୧ ମସିହାରୁ ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ରାମଚନ୍ଦ୍ର । ଡ୍ୟୁଟି ସମୟରେ ଅତି ନିଷ୍ଠାର ସହ ଡ୍ୟୁଟି କରୁଥିବା ବେଳେ ଯୋଗ ବି ବେଶ୍‌ ଭଲରେ ଶିଖାଉଛନ୍ତି । ଏମିତିକି ତାଙ୍କ ଯୋଗ ଶିକ୍ଷାରେ ଅନେକ ଛୋଟମୋଟ ରୋଗ ଭଲ ହେଉଥିବା କହିଛନ୍ତି ସାଥୀ କର୍ମଚାରୀ । ଗୋଟିଏ ପଟେ ପୋଲିସ ଫିଟନେସ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବା ବେଳେ ରାମଚନ୍ଦ୍ର ଫିଟ ପାଇଁ ପୁରସ୍କାର ପାଇବାକୁ ନେଇ ଜୋର ଧରିଛି ଚର୍ଚ୍ଚା।

Fitness Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ