Advertisment

ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।

ଅଦ୍ୟତନ ହୋଇଛି
Narsingh Mishra

Narsingh Mishra

Advertisment

ସୁକତେଲ ପ୍ରକଳ୍ପ ସଭାମଞ୍ଚରେ ଧୋଇଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଧା ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି ବୋଲି କହିଛନ୍ତି ନରସିଂହ । ୨୦୦୧ରେ ମୁଖ୍ୟମନ୍ତ୍ରୀ ଶୁଭ ଦେବାକୁ ଆସିଥିଲେ, ଦୂରରୁ ନଡ଼ିଆ ପିଟିଲେ । ୨୩ ବର୍ଷ ହେଇଗଲାଣି, ତଥାପି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲାନି ।

Advertisment

ଆଜି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଛି ବୋଲି ନରସିଂହ ମିଶ୍ର ଲୋକାର୍ପଣ ସମାରୋହରେ ସିଧା ସିଧା ବାଣ ମାରିଛନ୍ତି । ପ୍ରକଳ୍ପ ସଂପୂର୍ଣ୍ଣ କରି ଉଦଘାଟନ କରିଥିଲେ ଭଲ ହୋଇଥାନ୍ତା । ଉଦଘାଟନ ମାନେ ସୁଇଚ୍ ଟିପିଲେ ଖଳ ଖଳ ପାଣି ବାହାରିବା କଥା । ସୁଇଚ୍ ଟିପିଲେ ଯଦି ପାଣି ନବାହାରେ ଲୋକେ କଳା ବୋଳିବେ ବୋଲି ନରସିଂହ ମିଶ୍ର କହିଛନ୍ତି । 

Narasingha Mishra Congress MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ