Zero Night Celebrations
ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ । ତାସହ ହୋଟେଲଗୁଡ଼ିକରେ ଆୟୋଜନକୁ ଜଗିବ ଅବକାରୀ ବିଭାଗ । ଟୁଇନ ସିଟିରେ କେମିତି ଜିରୋ ନାଇଟ୍ ପାଳନ କରିବେ ଜାଣନ୍ତୁ..
ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ । ହେଲେ ଜିରୋ ନାଇଟ୍ ସେଲିବ୍ରେସନ୍ ପୂର୍ବରୁ ହୋଟେଲ ମାଲିକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି କମିଶନରେଟ୍ ପୋଲିସ୍ । ଯେଉଁଥିରେ ନୂଆ ଗାଇଡଲାଇନକୁ ଗୋଟି ଗୋଟି କରି ବୁଝାଯାଇଛି ।
ରାତି ୧୨ ପରେ ପୁରା ଟ୍ୱିନ୍ ସିଟିରେ ୫୦ ପ୍ଲାଟୁନ୍ ଫୋର୍ସ ସହ ପୋଲିସ୍ ଛାଉଣୀରେ ପରିଣତ ହେବ । କେବଳ ରାଜଧାନୀରେ ରହିବ ୬୦ ବ୍ଲକିଂ ପଏଣ୍ଟ୍ । ଯେପରି ନିଶାଶକ୍ତ ଅବସ୍ଥାରେ କେହି ଗାଡି ଚଲାଇବେନି ତା ଉପରେ ଗୁରୁତ୍ୱ ଦିଆଯିବ । ଯଦି, ହୋଟେଲରୁ ନିଶାଶକ୍ତ ଅବସ୍ଥାରେ ଲୋକେ ବାହାରନ୍ତି ତାହେଲେ ଡ୍ରାଇଭରର ବ୍ୟବସ୍ଥା ହୋଟେଲ୍ ମାଲିକ କରାଇବାକୁ କୁହାଯାଇଛି । ମଦ୍ୟପାନ କରି ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍ କମିଶନର କହିଛନ୍ତି ।
ହୋଟେଲ୍, ପବ୍ ଏବଂ ରେସ୍ତୋରାଁ ମାଲିକଙ୍କ ପାଇଁ ବି କଡ଼ାକଡ଼ି ନିୟମ ରହିଛି । ଅନୁମତି ନେଇଥିବା ସମୟ ଭିତରେ ହିଁ ପାର୍ଟି ହେବ । କୌଣସି ଖୋଲା ସ୍ଥାନରେ ସେଲିବ୍ରେସନ୍ ହେବନି। ସିସିଟିଭି ଲଗାଇବା ଭଳି ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛି ପୋଲିସ । ତାସହ ଅବକାରୀ ପଦାର୍ଥ ବିକ୍ରି ନେଇ ବି ସ୍ୱତନ୍ତ୍ର ନଜର ରଖିଛି ଅବକାରୀ ବିଭାଗ । ଏବେଠାରୁ ଭୁବନେଶ୍ୱର ଓ କଟକରେ ନୂଆବର୍ଷ ପାଇଁ ଜମିଲାଣି ମାହୋଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703696951.jpg)