ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାସ୍ତାରେ ଛିଡ଼ା ହୋଇଥିବା ବସ୍‌ରେ ଲାଗିଗଲା ନିଆଁ । ସମସ୍ତ ଯାତ୍ରୀ ସୁରକ୍ଷିତ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

bus catches fire

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜାତୀୟ ରାଜପଥ ୨୬ରେ ହୁତୁ ହୁତୁ ହୋଇ ଜଳିଗଲା ଘରୋଇ ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ । ବସର ଟାୟାର ଫାଟିଯିବାରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ। ଏହାପରେ ହଠାତ ବସରେ ନିଆଁ ଲାଗିବା ସହ ତାହା ହୁତ ହୁତ ହୋଇ ଜଳି ଯାଇଥିଲା।

ବସଟି ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି କାଲାହାଣ୍ଡି ଜିଲ୍କା ସିନାପାଲି ଯାଉଥିଲା । ବୋରିଗୁମ୍ମାରେ ଗାଡିର ଟାୟାର ଫାଟିଥିଲା । ଏହାପରେ ଗାଡ଼ିରେ ଥିବା ୪୦ରୁ ଅଧିକ ଯାତ୍ରୀ ବସରୁ ତଳକୁ ଓଲାଇ ଯାଇଥିଲେ। ଏତିକିବେଳେ ଗାଡ଼ିରେ ନିଆଁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀ ଏ ନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ନିଆଁ ଲିଭାଇବା ଭିତରେ ବସଟି ସଂପୂର୍ଣ୍ଣ ପୋଡିଯାଇଛି।

ଏହା ପରେ ଅନ୍ୟ ଏକ ବସ ଯୋଗେ ଯାତ୍ରୀଙ୍କୁ ସିନାପାଲ୍ଲୀ ପଠାଯାଇଛି। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।