Advertisment

ପରୀକ୍ଷା ହଲ୍‌ ଭିତରୁ ତଡ଼ିଦେଲେ ଶିକ୍ଷୟିତ୍ରୀ, ଏବେ ଛାତ୍ରଙ୍କ ପତ୍ତା ମିଳୁନି

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ପରୀକ୍ଷାର୍ଥୀ ନିଖୋଜ

ଅଦ୍ୟତନ ହୋଇଛି
student

student

Advertisment

ମାଟ୍ରିକ ପରୀକ୍ଷାର୍ଥୀ ନିଖୋଜ । ଘରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ନୟାଗଡ଼ ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରୁ ଏପରି ଅଭିଯୋଗ ଆସିଛି ।

Advertisment

ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି । ଆଜି ସକାଳ ୭ଟାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟକୁ ଦଶମ ପରୀକ୍ଷା ଦେବାକୁ ଯାଉଥିଲେ । ହେଲେ ସେ ୟୁନିଫର୍ମରେ ନଥିବାରୁ ଛାତ୍ରକୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।

ଏନେଇ ଛାତ୍ରଙ୍କ ମା’ କହିଛନ୍ତି, ପୁଅ ପରୀକ୍ଷା ଦେବାକୁ ଯାଇଥିଲା । ହେଲେ ରାଜଲକ୍ଷ୍ମୀ ମ୍ୟାଡାମ୍‌ ପରୀକ୍ଷା ହଲ୍‌ ଭିତରୁ ତଡ଼ି ଦେଲେ । ଏବେ ପିଲାଟି ମୋର କୁଆଡ଼େ ପଳେଇଛି । ହେଲେ ବର୍ତ୍ତମାନ ସୁଦ୍ଧା ପୁଅର କୌଣସି ପତ୍ତା ମିଳୁନି ।

Advertisment

ତେବେ ଛାତ୍ର ଜଣକ ଘରକୁ ନଫେରିବା ପରେ ଦଶପଲ୍ଲା ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ