Advertisment

ଇତିହାସର ଆଇନାରୁ ହଜିଯିବ କି ବାରଙ୍ଗର ଚୂଡ଼ଙ୍ଗ ଗଡ଼ ?

ASI ସଂରକ୍ଷିତ ଜମି ଉପରେ ରାଜ୍ୟ ସରକାରଙ୍କ ଲୋଲୁପ ନଜର । ରାଜ୍ୟ ସରକାରଙ୍କ ଏଭଳି ଅବିଚାରକୁ ନେଇ ବଢ଼ିଲା ଉଦବେଗ । ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI ।

ଅଦ୍ୟତନ ହୋଇଛି
undefined

Chudanga Gada

Advertisment

ଇତିହାସ ଆଇନାରୁ ହଜିଯିବ କି ଚୂଡ଼ଙ୍ଗଗଡ଼ ଦୁର୍ଗ ? ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟରେ ଥିବା ଅଷ୍ଟମ ଶତାବ୍ଦୀର ଏ ବିରଳ ଐତିହ୍ୟ ଖାଲି ଜରାଜୀର୍ଣ୍ଣ ଅବସ୍ଥାରେ ନାହିଁ ବରଂ ୧୨ ଶହ ୬୦ ଏକର ପରିମିତ ଏ ଜମି ଉପରେ ଏବେ ସମସ୍ତଙ୍କ ଲୋଲୁପ ନଜର । ASI ଦ୍ୱାରା ସଂରକ୍ଷିତ ଥାଇ ବି ଏଥିରୁ ପ୍ରାୟ ୧୨ ଏକର ଜମିକୁ ଜମି ମାଫିଆ କବଜା କରିଥିବା ଅଭିଯୋଗ ହୋଇଛି । ତାସହ ରାଜ୍ୟ ସରକାର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମଧ୍ୟ ଏଠାରେ ବହୁ ଅଞ୍ଚଳ ମାଡ଼ିବସି ବେଆଇନ୍ ନିର୍ମାଣ କାର୍ଯ୍ୟ କରୁଥିବା କଥା ଅଭିଯୋଗ ହୋଇଛି । ଯାହାକୁ ନେଇ ଥାନାରେ ଏତଲା ଦେଇଛି ASI।...

Advertisment

କେବଳ ଜମି ମାଫିଆ ନୁହେଁ, ASIର ସଂରକ୍ଷିତ ଜମି ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜର। ଗଙ୍ଗ ବଂଶୀୟ ରାଜାଙ୍କ ଏ ରାଜବାଟୀ ଓ ଦୁର୍ଗର ଇଏ ମୁକସାକ୍ଷୀ। ଅଷ୍ଟାଦଶ ଶତାବ୍ଦୀରେ ସେ ଦୁର୍ଗ ସିନା ନାହିଁ, ହେଲେ ପ୍ରାୟ ୧୫ ଫୁଟର ଓସାରର ଏ ବିଶାଳ ପାଚେରୀ ଏବେ ଭଗ୍ନ ଓ ଅବହେଳିତ । ଗଙ୍ଗବଂଶୀୟ ରାଜାଙ୍କ ଏ କୀର୍ତ୍ତିରାଜିର ସୁରକ୍ଷା ପାଇଁ ୧୨ ଶହ ୬୦ ଏକର ପରିମିତ ଏ ଜାଗାକୁ ସଂରକ୍ଷିତ ଅଞ୍ଚଳ ଘୋଷଣା କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂର୍ଭେକ୍ଷଣ ସଂସ୍ଥା ASI । କିନ୍ତୁ ବିଡ଼ମ୍ବନାର ବିଷୟ, ସଂରକ୍ଷିତ ଅଞ୍ଚଳ ସତ୍ତ୍ୱେଏଠି ରାତିଦିନ ଚାଲିଛି ଜମି ମାଫିଆଙ୍କ ରାଜ । କୁହାଯାଉଛି, ପ୍ରାୟ ୧୨ ଏକର ଜମିକୁ ସଫା କରି ପ୍ଲଟିଂ ପରେ ଲୋକଙ୍କୁ ବିକିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ।

କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସଂରକ୍ଷିତ ଏହି ଐତିହ୍ୟ ସ୍ଥଳ ଉପରେ ଖାଲି ଜମି ମାଫିଆ ନୁହେଁ, ବରଂ ଖୋଦ୍ ରାଜ୍ୟ ସରକାରଙ୍କ ଅବିଚାର ବି ଉଦବେଗ୍ ବଢାଇଛି । ଓଡ଼ିଶା ସରକାରଙ୍କ ସାମଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ନିର୍ମାଣ କରୁଛି ଏକ ପ୍ରଶାସନିକ ଗୃହ ଓ ହଷ୍ଟେଲ । ଏହି ଉଦ୍ଦେଶ୍ୟରେ ଏଠାରେ ବେଆଇନ୍ ଭାବେ ବ୍ୟାପକ ଖୋଳାଖୋଳି ସହ ବହୁତଳ କୋଠା ମଧ୍ୟ ନିର୍ମାଣ ଚାଲିଛି।

Advertisment

ତା ସାଙ୍ଗକୁ ଏକ ଦୀର୍ଘ ପାଚେରୀ ମଧ୍ୟ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର । ASI ଦ୍ୱାରା ସଂରକ୍ଷିତ ଏହି ଐତିହ୍ୟ ସ୍ଥଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବା ଜାଣି ସୁଦ୍ଧା, ବିଭାଗ ଏହି ନିର୍ମାଣ କିଭଳି କରୁଛି, ତାହା ଏବେ ପ୍ରଶ୍ନବାଚୀ। ଏପଟେ ବିଳମ୍ବରେ ହେଉପଛେ ଏ ଘଟଣା ASIର ନଜରକୁ ଆସିବା ପରେ ପ୍ରଥମେ ଗତ ମେ ୨ ତାରିଖରେ ସଂପୃକ୍ତ ବିଭାଗକୁ ଏକ ଚିଠି କରି ନିର୍ମାଣ କାର୍ଯ୍ୟରବିରୋଧ କରାଯାଇଥିଲା। କିନ୍ତୁ କାମ ବନ୍ଦ ବଦଳରେ ଏବେ ଅଧିକ ଦୃତ ଗତିରେ ଚାଲୁଥିବା ଲକ୍ଷ୍ୟ କରି ଗତ ୧୮ ତାରିଖରେ ବିଭାଗୀୟ ଶାସନ ସଚିବଙ୍କୁ ପୁଣି ଏକ ଚିଠି ଲେଖିଛି ASI। ଯେଉଁଥିରେ ରାଜ୍ୟ ସରକାରଙ୍କ ଏ ନିର୍ମାଣ କାର୍ଯ୍ୟକୁ ଆମସାର ଆକ୍ଟର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଯାଇଛି। ତା ସହ ସଂପୃକ୍ତ ଜମି ମାଫିଆ ଓ ରାଜ୍ୟ ସରକାରଙ୍କ SSEPD ବିଭାଗ ବିରୋଧରେ ନିକଟରେ ଚନ୍ଦକା ଥାନାରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ASI ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ