Advertisment

ହେଲମେଟ୍‌ ନପିନ୍ଧିଲେ ଅଳିଆ ସଫା କର

ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ସଫେଇ ଦଣ୍ଡ ।

ଅଦ୍ୟତନ ହୋଇଛି
Traffic New Rules

police

Advertisment

ରାସ୍ତା ଉପରେ ଶହ ଶହ ଲୋକ । ସମସ୍ତେ ସଫେଇ କାମରେ ନିୟୋଜିତ । କିଏ ଜରି ଗୋଟାଉଛି ତ କିଏ ପୁଣି କିଏ ଗଛ ତଳେ ପଡ଼ିଥିବା ପତ୍ରକୁ ଓଳେଇ ଦେଉଛି। ଏତେ ଲୋକ କାହିଁକି ସଫେଇ କାମରେ ଲାଗିଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ କୌଣସି ପ୍ରକାର ସ୍ୱଚ୍ଛ ଭାରତ ଅଭିଯାନ ଚାଲିନି। ବରଂ ଦଣ୍ଡ ସ୍ୱରୂପ ସମସ୍ତେ ସଫେଇ କାମରେ ଲାଗିଛନ୍ତି । ହେଲମେଟ ପିନ୍ଧିନଥିବା ବାଇକ ଚାଳକଙ୍କୁ ଅଭିନବ ଉପାୟରେ ଦଣ୍ଡିତ କରିଛି ଛତିଶଗଡ଼ ପୋଲିସ।

Advertisment

ସୋମବାର ସନ୍ଧ୍ୟାରେ ଛତିଶଗଡ଼ ଭିଲାଇ ଟାଉନସିପରେ ଥିବା ଗ୍ଲୋବ ଛକରେ ଶହ ଶହ ଲୋକ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ପୁରୁଷ ଠାରୁ ମହିଳା ସମସ୍ତେ ସମସ୍ତେ ଲାଗିଥିଲେ ସଫେଇ କାମରେ । ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଛିଡ଼ା କାମର ତଦାରଖ କରୁଥିଲେ । ଲୋକଙ୍କୁ ବୁଝାଇ ବୁଝାଇ ଥକିଯିବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଶିକ୍ଷା ଦେବା ତଥା ସଚେତନ କରିବା ପାଇଁ ଦୁର୍ଗ ପୋଲିସ ଏପରି ବିକଳ୍ପ ଦେଇଥିଲା। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା । ଅମାନିଆ ହେଲେ ଚାଲାଣ କାଟ ନହେଲେ ସଫେରେ ସାମିଲ ହୁହ ।

ଅଧିକ ପଢ଼ନ୍ତୁ: ପ୍ରଶାସନର ନୂଆ ନିୟମ ! ହେଲମେଟ ପିନ୍ଧିକି ନଆସିଲେ ଦୋକାନରୁ ମିଳିବନି ମଦ

Advertisment

ପ୍ରଥମ ଦିନରେ ୪୪୫ଜଣ ବ୍ୟକ୍ତି ଗ୍ଲୋବ ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡିଥିଲେ । ଆଉ ସେମାନଙ୍କୁ ଶ୍ରମଦାନ କରାଇ ନିୟମ ମାନିବାକୁ ପରାମର୍ଶ ଦିଆଯାଇଥିଲା । କିଛି ଲୋକ ଚାଲାଣ ଦେଇ ଚାଲିଯାଇଥିଲେ । ଆଉ କିଛି ଲୋକ ରାସ୍ତା ସଫେଇ ବିକଳ୍ପକୁ ବାଛିଥିଲେ । ଆଉ ତା’ପରେ ଏପରି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।

ସୋମବାର ଦିନ ଏସପି ଡକ୍ଟର ଅଭିଷେକ ପଲ୍ଲବ ଏବଂ ଅନ୍ୟ ଅଧିକାରୀମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଏହି ଦଣ୍ଡ ଦେଇଛନ୍ତି । ଗ୍ଲୋବ ଛକ୍‌ ନିକଟସ୍ଥ ରାସ୍ତା କଡ଼ରେ ପୂର୍ବରୁ ବହୁ ଅଳିଆ ଆବର୍ଜନା ଜମା ରହିଥିଲା । ଦଣ୍ଡ ଦେଇ ରାସ୍ତା ସଫେଇ କରି ଦେଇଛନ୍ତି ପୋଲିସ୍ ବାବୁ ।

Advertisment

ତେବେ ଏନେଇ ପୋଲିସ୍ ପକ୍ଷରୁ କୁହାଯାଇଛି, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଏପରି ପଦକ୍ଷେପ ନେଇଛି । ଆଇନ୍‌ର ଉଦ୍ଦେଶ୍ୟ କେବଳ କଠୋର ହେବା ନୁହେଁ ବରଂ ଲୋକଙ୍କୁ ସଚେତନ କରାଇବା । ସେଥିପାଇଁ ଏପରି ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ମାସ ପାଇଁ ସହରର ବିଭିନ୍ନ ସ୍ଥାନରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Traffic Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ