Advertisment

୬୦ ଟଙ୍କାରେ ଟମାଟୋ କିଣିବାକୁ ୫ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା !

ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା ।

ଅଦ୍ୟତନ ହୋଇଛି
Tomato Price Hike

Tomato Price Hike

Advertisment

ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ୨୦୦ ଛୁଇଁଲାଣି କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । ନଚେତ୍‌ ଟମାଟୋ ଆଡ଼େ  ଚାହୁଁନାହାନ୍ତି  । କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ କୋଟି କୋଟି ଟଙ୍କା ରୋଜଗାର କଲେଣି ଚାଷୀ । ଏଇଭିତରେ ଏମିତି ଖବର ଆପଣ ଅନେକ ଶୁଣିଛନ୍ତି ।

Advertisment

ତେବେ ଆଜି ଆମେ ଯେଉଁ ଖବର ଦେଉଛୁ, ତାହା ଜାଣିଲେ ଆପଣ ବି କହିବେ ଟମାଟୋ ଦର ଲୋକଙ୍କୁ କେତେ ବାଧୁଛି । ଏହି ଟମାଟୋ ପାଇଁ ଲୋକେ ୫ ଘଣ୍ଟାରୁ ଅଧିକ ସମୟ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି । କାରଣ ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା । 

ଆପଣ ଜାଣନ୍ତି ବଜାରରେ ଟମାଟୋ ଦର ୨୦୦ ଛୁଇଁଥିବା ବେଳେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ଦୋକାନରେ ଟମାଟୋ ରିହାତି ଦରରେ ବିକ୍ରି ହେଉଛି । ଠିକ୍‌ ସେମିତି ଚେନ୍ନାଇରେ ମଧ୍ୟ ରିହାତି ଦରରେ ବିକ୍ରି ହେଉଛି ଟମାଟୋ । ଯେଉଁଠି ବଜାର ଦର କିଲୋ ପିଛା ୧୮୮ ରହିଛି । ସେଠାରେ କଣ୍ଟ୍ରୋଲ ଦୋକାନରେ କିଲୋ ପିଛା ୬୦ ଟଙ୍କାରେ ମିଳୁଛି ଟମାଟୋ ।

Advertisment

ଏହି ରିହାତି ଦରରେ ଟମାଟୋ କିଣିବା ପାଇଁ ରୋୟାପେଠା କୋପରେଟିଭ୍‌ ସୋସାଇଟିର ନିକଟରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଏତେ ଭିଡ଼ ଯେ, ଟମାଟୋ ପାଇଁ ଲୋକଙ୍କୁ ଏଠାରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା ହେବାକୁ ପଡ଼ିଛି । 

କେବଳ ଯେ, ଶସ୍ତାରେ ଟମାଟୋ ମିଳୁଛି, ସେଇଥିପାଇଁ ଏହି ଲୋକମାନେ ଭିଡ଼ ଜମାଇଛନ୍ତି ତା’ ନୁହେଁ । ଏହି ଅଞ୍ଚଳକୁ ଟମାଟୋ ଯୋଗାଣ ମଧ୍ୟ କମ୍‌ ରହିଛି । ତେଣୁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଟମାଟୋ କିଣୁଛନ୍ତି । ଖାଲି ସାଧାରଣ ଲୋକ ନୁହଁନ୍ତି ବରଂ ବିଭିନ୍ନ ହୋଟେଲ ମଧ୍ୟ ଏହି ରିହାତି ଦରରେ ମିଳୁଥିବା ଟମାଟୋ ଉପରେ ବା କୋପରେଟିଭ୍‌ ସୋସାଇଟି ଉପରେ ନିର୍ଭର କରେ । 

Advertisment

ସବୁଠାରୁ ମଜା କଥା ହେଲା, କୋପରେଟିଭ୍‌ ସୋସାଇଟିର କଣ୍ଟ୍ରୋଲ ଦୋକାନ ସକାଳ ୯ଟାରେ ଖୋଲିଥାଏ । କିନ୍ତୁ ସ୍ଥାନୀୟ ଲୋକେ ସକାଳ ୬ଟାରୁ ଆସି ଧାଡ଼ି ଲମ୍ବାଇଥାନ୍ତି । ଆଉ ତାଠାରୁ ବଡ଼ ମଜା କଥା ହେଲା, ୫ ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡ଼ା ହୋଇ ୬୦ ଟଙ୍କାରେ ଟମାଟୋ କିଣିବା ପରେ ତାକୁ ସେଇଠି ହିଁ ଅନ୍ୟ ଲୋକଙ୍କୁ ୧୮୦ ଟଙ୍କା ବିକ୍ରି କରୁଛନ୍ତି । ସିଧା ସିଧା କିଲୋ ପିଛା ୧୨୦ ଟଙ୍କା ଲାଭ ବୋଲି ଗର୍ବରେ କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ