Advertisment

ବିଷ ପିଇ ଦେଇଥିଲେ ମହିଳା, ଧାଇଁ ଆସି ଜୀବନ ବଞ୍ଚାଇଲେ BSF ଯବାନ

ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଘଟଣା । ରାତି ଅଧରେ ନିଜ ବୋଟରେ ଆଣି ହସ୍ପିଟାଲରେ କଲେ ଭର୍ତ୍ତି ।

BSF Jawan

BSF Jawan

Advertisment

ମାନବିକତା ଦେଖାଇଲେ BSF ଯବାନ । ମାଲକାଗିରିର ଦୁର୍ଗମ ଦିଶାରୀଗୁଡ଼ା ଗାଁର ଗୁରୁତର ମହିଳାଙ୍କୁ ନିଜ ବୋଟରେ ହସ୍ପିଟାଲ ପଠାଇଛନ୍ତି ବିଏସଏଫ ଯବାନ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜଣ ମହିଳା ପାରିବାରିକ କଳହରୁ ଗତକାଲି ରାତିରେ ବିଷ ପିଇଦେଇଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ନିକଟରେ ଥିବା ବିଏସଏଫ ବାଟାଲିୟନକୁ ଖବର ଦେଇଥିଲେ । ତୁରନ୍ତ ବିଏସଏଫ ପକ୍ଷରୁ ନିଜ ବୋଟ ଓ ଆଉ ଏକ ଏସ୍କର୍ଟ ବୋଟ ଯୋଗେ ଗୁରୁତର ମହିଳା ପାନ ପାଙ୍ଗିଙ୍କୁ ୧୪ କିଲୋମିଟର ଦୂରରେ ଥିବା ଘନବେଡା କ୍ୟାମ୍ପକୁ ଆଣି ସେଠାରୁ ନିଜ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ ।

Advertisment

ବର୍ତ୍ତମାନ ପାନ ପାଙ୍ଗିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ବିଏସଏଫ ସ୍ୱାଭିମାନ ଅଂଚଳରେ କେବଳ ସୁରକ୍ଷା ନୁହେଁ ଲୋକଙ୍କ ଅସୁବିଧା ବେଳେ କେମିତି କାର୍ଯ୍ୟ କରିଥାଏ ତାହା ପ୍ରମାଣିତ କରିଛି। ଲୋକଙ୍କ ସେବା ପାଇଁ ବିଏସଏଫ ସର୍ବଦା ତତ୍ପର ବୋଲି କହିଛନ୍ତି କମାଣ୍ଡାଣ୍ଟ କମଳ ଖୁଲବେ।

BSF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ