Advertisment

ସାବଧାନ୍ !! ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍

ଘର ବାହାରେ ମଇଳା ପକାଇଲେ ତ୍ରାହି ନାହିଁ, ଆକ୍ସନ୍‌ ନେବ ଟିମ୍ ସାଇନ୍

‘Team Shine

‘Team Shine

Advertisment

ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ରହିବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ ।

Advertisment

ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି ।

ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ । 

Advertisment

ଏନେଇ ବିଏମସି କମିସନର୍‌ କହିଛନ୍ତି, ଭୁବନେଶ୍ୱରୁ ସବୁ ଦୃଷ୍ଟିରୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ସଫେଇକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଆମେ ସଫା ରହିଲେ ସହର ସୁନ୍ଦରତା ବଢ଼ିବ । ପ୍ରଥମେ ଏକ ଟିମ୍‌ ଲୋକଙ୍କୁ ସଚେତନ କରିବା ସହ ବୁଝାଇବ । ଆଉ ବୁଝାଇବା ପରେ ବି କେହି ନବୁଝିଲେ ଆକ୍ସନ ନିଆଯିବ । 

BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ