Advertisment

ଏଣିକି ରକ୍ତ ବିକ୍ରି ମନା ! DCGIର କଡ଼ା ନିର୍ଦ୍ଦେଶ

DGCI ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେବ ।

ଅଦ୍ୟତନ ହୋଇଛି
Blood Donation

Blood Donation

Advertisment

ଏଣିକି ରକ୍ତ ବିକ୍ରି ହୋଇପାରିବ ନାହିଁ । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଗାଇଡଲାଇନ୍ ଜାରି କରିଛନ୍ତି । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡିସିଜିଆଇ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖାଯାଇଛି। ଏଥିସହ ରକ୍ତ ସଂଗ୍ରହ କେନ୍ଦ୍ରରେ ଆଦାୟ ହେଉଥିବା ଅନ୍ୟାନ୍ୟ ଦେୟକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ।

Advertisment

ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଦାନ କରନ୍ତି ତାହା ସିଧାସଳଖ ଅନ୍ୟ ବ୍ୟକ୍ତିଙ୍କୁ ଦିଆଯାଇ ନଥାଏ । ସଂଗୃହୀତ ରକ୍ତରୁ ବିଭିନ୍ନ ଉପାଦାନ ରେଡ୍ ସେଲ, ପ୍ଲେଟଲେଟ୍ ଓ ପ୍ଲାଜମା ପୃଥକୀକରଣ କରାଯାଇଥାଏ । ଏଥିପାଇଁ ଖର୍ଚ୍ଚ ହେଉଥିବା ଟଙ୍କାକୁ ରକ୍ତଗ୍ରହୀତାଙ୍କ ଠାରୁ ଆଦାୟ କରାଯାଇଥାଏ। କିନ୍ତୁ ବେଳେ ବେଳେ ରକ୍ତ ଅଭାବର ଆଳ ଦର୍ଶାଇ ରକ୍ତ ଭଣ୍ଡାରରେ ମାତ୍ରାଧିକ ଟଙ୍କା ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଏଣିକି ଆଉ ଅଧିକ ଟଙ୍କା ନେଇପାରିବେ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ