Advertisment

୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ; ବସିପାରିବେନି ଅସ୍ଥାୟୀ ବ୍ୟବସାୟୀ

ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର।

Bhubaneswar Market Building

Bhubaneswar Market Building

Advertisment

ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍‌ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।

Advertisment

୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ । ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର। ହେଲେ ଆଜିର ସ୍ଥିତି ଟିକେ ଭିନ୍ନ ଥିଲା। ଅଧା ଦୋକାନ ଖୋଲିଥିଲା, ଅଧା ବନ୍ଦ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ରେଡିମେଡ୍ ଦୋକାନୀ ଆଜି ସଫା ସୁତୁରା କରି ଦୋକାନ ଖୋଲିଥିଲେ । ନିଜ ନିଜର ଦୋକାନ ସଜାଡି ଆରମ୍ଭ କରିଥିଲେ ବେପାର।

ସେପଟେ ମାର୍କେଟ ବିଲଡିଂରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ସମସ୍ୟାର ସମାଧାନ କରିଛି ବିଏମସି। କମିଶନରଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ୬ଜଣିଆ ଟିମ୍‌କୁ ଲିଖିତ ପ୍ରତିଶ୍ରୁତି ଦେଇଛି BMC । ଏଣିକି ମାର୍କେଟ ବିଲ୍ଡିଂ ପରିସରରେ ଆଉ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ।

Advertisment

ମାର୍କେଟ୍ ବିଲଡିଂ ଅଂଚଳର ସୁରକ୍ଷା ବ୍ୟବସ୍ଥା, ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ, ସଫେଇ ଏବଂ ପରିଶ୍ରାଗାର ଭଳି ସମସ୍ତ ପ୍ରକାର ଦାୟିତ୍ୱ ଆଗାମୀ ୫ ବର୍ଷ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଅଧିନରେ ରହିବ। ସେପଟେ କିନ୍ତୁ ମାର୍କେଟ ବିଲ୍ଡିଂ ମଧ୍ୟରେ ବସିବା ଜିଦରେ ଅଟଳ ଅସ୍ଥାୟୀ ବ୍ୟବସାୟୀ।

Bhubaneswar Market Building BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ