Advertisment

ପାର୍ବଣରେ ଡିସିପିଙ୍କ ସୁରକ୍ଷା ଟିପ୍ସ,ଘରୁ ବାହାରିବା ବେଳେ ଘର ଠିକରେ ତାଲା ଦିଅନ୍ତୁ

ଛୁଟିରେ ବାହାରକୁ ଗଲେ କୌଣସି ଲୋକଙ୍କୁ ଜିମା ଦିଅନ୍ତୁ....ଘର ଭିତରେ କୌଣସି ବି ମୂଲ୍ୟବାନ ଜିନିଷ ରଖନ୍ତୁ ନାହିଁ...କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨କୁ ଫୋନ୍ କରନ୍ତୁ...

ଅଦ୍ୟତନ ହୋଇଛି
Bhubaneswar DCP Prateek Singh’s tips for you safety of valuables and vehicles during puja time

Bhubaneswar DCP Prateek Singh’s tips for you safety of valuables and vehicles during puja time

Advertisment

ପାର୍ବଣ ପାଇଁ ରାଜଧାନୀରେ ପୋଲିସ ଛାଉଣୀ । ଦୁର୍ଗାପୂଜା ଲାଗି ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ନୟାପଲ୍ଲୀ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି । ଏଥିସହ ପୂଜା ସମୟରେ ଘରୁ ବାହାରକୁ ଯାଉଥିଲେ କ’ଣ କରିବେ ରାଜଧାନୀବାସୀଙ୍କୁ ଦେଇଛନ୍ତି ସୁରକ୍ଷିତ ଆଉ ସତର୍କ ରହିବାର ଟିପ୍ସ।

Advertisment

ଘରୁ ବାହାରିବା ସମୟରେ ଆପଣଙ୍କର ଘରେ ସଠିକ୍ ଭାବେ ତାଲା ବ୍ୟବହାର କରନ୍ତୁ। ଯଦି ଆପଣ ଛୁଟିରେ ବାହାରକୁ ଯାଉଛନ୍ତି ଘରକୁ ଅନ୍ୟ କାହା ଦାୟିତ୍ୱରେ ଛାଡ଼ନ୍ତୁ । ଘରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ । ଘର ଆଖପାଖରେ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତେବେ ତୁରନ୍ତ 112 କୁ ଫୋନ କରି ଜଣାଇବା ଲାଗି ଡିସିପି ସୂଚନା ଦେଇଛନ୍ତି। ..

Advertisment

ପୂଜା ସମୟରେ ସହରରେ ସ୍ୱଚ୍ଛତା ରକ୍ଷା ଲାଗି ପଦକ୍ଷେପ

ପୂଜା ସମୟରେ ସହରରେ ସ୍ୱଚ୍ଛତା ରକ୍ଷା କରିବା ଲାଗି ବିଏମସିର ବ୍ୟାପକ ପ୍ରସ୍ତୁତି । ଦିନକୁ ତିନିଥର ଉଠିବ ଅଳିଆ । ଜିରୋ ଡମ୍ପିଂକୁ ଗୁରୁତ୍ୱ । ଏହାକୁ ୱାର୍ଡ ସ୍ତରରୁ ସୂଚାରୁ ରୂପେ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର। ବିଏମସି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜଧାନୀ ଭୁବନେଶ୍ୱରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି ।

Police Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ