Advertisment

ବାଃ ବାଃରେ ବ୍ୟବସ୍ଥା...କେନ୍ଦ୍ରାପଡ଼ା ବଦଳରେ ମହାରାଷ୍ଟ୍ର ପଳେଇଲା ଆବାସ ଟଙ୍କା, ହିତାଧିକାରୀ ହତାଶ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।

ଅଦ୍ୟତନ ହୋଇଛି
PMAY scheme

PMAY scheme

Advertisment

ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଚାଲିଯାଇଛି ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ । ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଲେ ହିତାଧିକାରୀ । କିନ୍ତୁ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ପାଇଲେ ଆବାସ ଯୋଜନାର ଦୁଇଟି କିସ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖୁରୁସିଆ ଗ୍ରାମର ରଂଜିତ ବେହେରା ଦୁଇ ବର୍ଷ ହେଲା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ଲାଭ ପାଉନାହାନ୍ତି ବରଂ ସରକାରୀ ବ୍ୟବସ୍ଥାର ଦାୟିତ୍ୱ ହୀନତା ପାଇଁ ସେ ଦୁଃଖ ସହୁଛନ୍ତି । କାରଣ ତାଙ୍କ ଟଙ୍କା ମହାରାଷ୍ଟ୍ରର ଅନ୍ୟ ଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୫୦ହଜାର ଟଙ୍କା ଲେଖାଏଁ ଦେଇଦେଇଛନ୍ତି ବିଭାଗୀୟ ଅଧିକାରୀ । ଅନ୍ୟପଟେ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି, ଏ ନେଇ ନିଆଯିବ କାର୍ଯ୍ୟନୁଷ୍ଠାନ । ହିତାଧିକାରୀ କିଭଳି ଫେରି ପାଇବେ ଟଙ୍କା, ସେ ନେଇ ପଦକ୍ଷେପ ନିଆଯାଉଛି ।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ କି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଂଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା । ଇତି ମଧ୍ୟରେ ରଂଜିତ ଜିଲ୍ଲା ପ୍ରଶାସନ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏବଂ ପଂଚାୟତକୁ ଦୌଡ଼ି ଦୌଡି ନିଜର ହକ ଟଙ୍କା ପାଇଁ ନିରାଶ ହୋଇଛନ୍ତି । ହେଲେ ବିଭାଗୀୟ ଅଧିକାରୀ କହିଲେ, ଆକାଉଣ୍ଟକୁ ଟଙ୍କା ଯାଇଛି । କିନ୍ତୁ ଟଙ୍କା ମିଳିଲାନି। ଶେଷରେ ବହୁତ ଖୋଳତାଡ ପରେ ଜଣାପଡିଲା ତାଙ୍କ ଟଙ୍କା ନିଜ ଆକାଉଣ୍ଟକୁ ନଆସି ମହାରାଷ୍ଟ୍ରର ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଛି ।

ଏ ନେଇ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ଟଙ୍କା ମହାରାଷ୍ଟ୍ରର ଜଣଙ୍କ ଆକାଉଣ୍ଟକୁ ଭୁଲରେ ଚାଲିଯାଇଛି। କିଭଳି ଟଙ୍କା ଫେରିବ ସେ ନେଇ ବ୍ୟାଙ୍କକୁ ଚିଠି କରାଯାଇଛି । ହେଲେ ଏମିତି କାମ ଯିଏ କରିଛନ୍ତି ବା ଯାହାଙ୍କ ଭୁଲ ଲାଗି ଟଙ୍କା ଭୁଲ୍ ଆକାଉଣ୍ଟକୁ ଯାଇଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆସିଲା, ହେଲେ ବିଭାଗୀୟ ଅଧିକାରୀଙ୍କ ଭୁଲ୍ ପାଇଁ ଟଙ୍କା ଅନ୍ୟତ୍ର ପଳାଇଗଲା । ଯାହାକୁ ନେଇ ଏବେ ବଡ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ ।

Advertisment

Kendrapara Pmay Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ