Advertisment

ବିବାହ ଶୋଭାଯାତ୍ରା ବେଳେ ଅଘଟଣ, ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି

ଡେରା ଅଞ୍ଚଳରୁ ଏକ ବାହାଘର ଭୁବନ ଥାନା ଭୂଶଳ ଗାଁକୁ ଯାଉଥିଲା ଶୋଭାଯାତ୍ରା। ଗାଁରେ ଡିଜେ ବଜାଇ ପ୍ରସେସନ ବେଳେ ମହୁମାଛି ଦଂଶନ କରିଥିଲା। ସେହିପରି ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲା ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
Honey Bee Attack

Honey Bee Attack

Advertisment

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଶଳ ଗାଁରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି । ମହୁମାଛି ଦଂଶନରେ ୪ଜଣ ବରଯାତ୍ରୀ ଗୁରୁତର ଓ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ତାଳଚେର ଡେରା ଅଞ୍ଚଳରୁ ଏକ ବାହାଘର ଭୁବନ ଥାନା ଭୂଶଳ ଗାଁକୁ ଯାଉଥିଲା। ଗାଁରେ ଡିଜେ ବଜାଇ ପ୍ରସେସନ ବେଳେ ମହୁମାଛି ଦଂଶନ କରିଥିଲା। ଜୀବନ ବିକଳରେ ବରଯାତ୍ରୀ ମାନେ ଦୌଡ଼ି ଥିଲେ। ଗୁରୁତରଙ୍କ ମଧ୍ୟରେ ଜଣେ ୮ବର୍ଷର ଶିଶୁ ରହିଥିବା ଜଣାପଡିଛି। ମହୁମାଛି ଦଂଶନ ବର ଗାଡ଼ି ପ୍ରସେସନ ବଦଳରେ ମେଡିକାଲରେ ପହଞ୍ଚିଥିଲା।

ସେହିପରି ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ହତ୍ୟାକାଣ୍ତ।

Advertisment

ସୂଚନା ଅନୁସାରେ, ସେହି ଗାଁର ଶ୍ରୀହରି ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କ ମଧ୍ୟରେ ବିବାଦ ଥିଲା। ଏହାକୁ ନେଇ ଶ୍ରୀହରି ପ୍ରଶାନ୍ତକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀ ଶ୍ରୀହରିର ଘର ଜାଳିଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ l ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।ସେହିପରି

Advertisment
Honeybee Attack Wedding Procession
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ