Advertisment

ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ...ପରିବାର ଚଳିବ କେମିତି ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି ? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର।

ଅଦ୍ୟତନ ହୋଇଛି
undefined

Bamboo workers

Advertisment

ବାଉଁଶ ହଣା ଚାଲିଛି...ଚଞ୍ଛା ହୋଇ ବିଭିନ୍ନ ଘରକରଣା ସାମଗ୍ରୀ ବି ତିଆରି ହେଉଛି । କୌଳିକ ବୃତ୍ତିକୁ ବଞ୍ଚାଇବା ଲାଗି ଚାଲିଛି କସରତ । ହେଲେ ଏହି ସବୁ ସାମଗ୍ରୀର ଚାହିଦା ଦିନକୁ ଦିନ କମୁଥିବାରୁ ଏବେ କୌଳିକ ବୃତ୍ତିରୁ ମୁହଁ ଫେରାଇଲେଣି ବାଉଁଶ କାରିଗର ।

Advertisment

ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ କାଦୋବାହାଲ ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ତୁରୀ ଟୋଲି ବସ୍ତିର ଲୋକେ ଆଜି ବି ପାରମ୍ପରିକ ବୃତ୍ତିକୁ ଆପଣାଇ ରଖିଛନ୍ତି । ଖାଲି ଆପଣାଇଛନ୍ତି ତାହା ନୁହେଁ ବରଂ ୪୦ ରୁ ଅଧିକ ପରିବାର ବାଉଁଶରୁ ତିଆରି ହୋଇଥିବା ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ପୂର୍ବରୁ ଯାହା ଯେମିତି ରୋଜଗାର ହେଉଥିଲା ସେତିକିରେ ପରିବାର ଚଳୁଥିଲା ହେଲେ ଏବେ ଯୁଗ ବଦଳିବା ସହିତ ୟାଙ୍କ ଜୀବନ ଶୈଳୀ ବି ବଦଳିଯାଇଛି ।

ପୂର୍ବରୁ ଶୁଭ କି ଅଶୁଭ କାମ ହେଉ..ପ୍ରତି କାମରେ ବାଉଁଶ ସାମଗ୍ରୀ ଦରକାର ହେଉଥିଲା । ହେଲେ ଏବେର ପ୍ଲାଷ୍ଟିକ୍‌ ଯୁଗରେ ବାଉଁଶ ସାମଗ୍ରୀକୁ କେହି ପଚାରୁନାହାନ୍ତି । ତେଣୁ ବାଉଁଶ ସାମଗ୍ରୀ ତିଆରି ହେବା ପରେ ବି କୌଣସି ଲାଭ ହେଉନି । କାରିଗରୀ କହୁଛନ୍ତି ୧୫୦ ଟଙ୍କାରେ ବାଉଁଶ କିଣୁଛୁ, ହେଲେ ସେଥିରୁ ଯେତିକି ଟଙ୍କାର ସାମଗ୍ରୀ ବାହାରୁଛି ତାହା ବିକ୍ରି କଲେ ଲାଭ କଣ ଉଠିବ ବେଳେବେଳେ ମୂଳ ବି ଉଠୁନି ।

Advertisment

କୌଳିକ ବୃତ୍ତିକୁ ଆପଣାର ବାଉଁଶ ତିଆରି ସାମଗ୍ରୀ କଲେ ସତ ହେଲେ ତାହାର ବିକ୍ରି ଠିକ୍‌ରେ ହେଉନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି କାରିଗର । ଏମାନେ ଏତେ ଅସୁବିଧାରେ ରହୁଛନ୍ତି ସତ କିନ୍ତୁ ସରକାରୀ ପ୍ରୋତ୍ସାହନ ଏମାନଙ୍କ ଲାଗି ସାତ ସପନ ହୋଇ ରହିଛି । ସରକାର ଓ ଜିଲ୍ଲା ପ୍ରଶାସନର ଅବହେଲା ଯୋଗୁଁ ଆର୍ଥିକ ଅନାଟନରେ ବାଉଁଶ କାରିଗର ଜୀବନ କାଟୁଛନ୍ତି l ଯଦି ପ୍ରଶାସନର ସହଯୋଗ ମିଳନ୍ତା ତେବେ ପୁଣି ଥରେ ସେମାନେ କୌଳିକ ବୃତ୍ତିରେ ମନ ନିବେଶ କରିବା ସହ ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରନ୍ତେ ବୋଲି କହିଛନ୍ତି....ସେପଟେ ସରପଂଚ କହିଛନ୍ତି ସରକାରୀ ବ୍ୟବସ୍ଥା ଆସିଲେ କାରିଗରଙ୍କୁ ତୁରନ୍ତ ଯୋଗାଇ ଦିଆଯିବ ।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ