Advertisment

ଛାତିକୁ ପଥର କରି ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ପତ୍ନୀ

ପୂରଣ କଲେ ସ୍ୱାମୀଙ୍କ ଇଚ୍ଛା.. ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ..ବାଲେଶ୍ୱର ନୀଳଗିରି ବ୍ଲକ୍ ନୂଆସାହି ଗାଁର ଘଟଣା

Eye donation

Eye donation

Advertisment

ସ୍ୱାମୀଙ୍କ ଇଚ୍ଛା ଥିଲା ମୃତ୍ୟୁ ପରେ ତାଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖୁ । ଆଉ ସ୍ୱାମୀଙ୍କ ଏହି ଇଛାକୁ ପୂରଣ କରିଛନ୍ତି ପତ୍ନୀ । ମଥାରୁ ସିନ୍ଦୂର ପୋଛିବା ଆଗରୁ ଛାତିରେ ପଥର ରଖି ସ୍ୱାମୀଙ୍କ ଆଖି ଦାନ କରିଛନ୍ତି ପତ୍ନୀ । ସତରେ ତାଙ୍କ ପରି ମହିଳାଙ୍କୁ ଶତ ଶତ ନମନ । କୋହକୁ ଛାତିରେ ଚାପି ଧରି ଏଭଳି ନିଷ୍ପତ୍ତି ନେବା ପାଇଁ ସତରେ ସାହସ ଆବଶ୍ୟକ ।

Advertisment

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଂଚାୟତ ନୂଆସାହି ଗ୍ରାମର ୪୫ ବର୍ଷୀୟ କମଳାକାନ୍ତ ମଢେଇ। ପରିବାର ପ୍ରତିପୋଷଣ ପାଇଁ ସାର୍ଥା ଅଞ୍ଚଳରେ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲେ । ଗତକାଲି ତାଙ୍କର କାମ ସମୟରେ ପ୍ଲାଣ୍ଟରେ କରେଣ୍ଟ ଲାଗି ତାଙ୍କର ମୃତ୍ୟ ହୋଇଥିଲା । ଖବର ପାଇ ପୂରା ପରିବାର କମଳାକାନ୍ତଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡିଥିଲେ । ତେବେ ଦୁଃଖର ଏହି ମୁହୂର୍ତ୍ତରେ ବି ସ୍ୱାମୀଙ୍କ ଇଚ୍ଛାକୁ ମନେପକାଇ ତାଙ୍କ ଆଖିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ।

କମଳାକାନ୍ତଙ୍କ ମା’ କହିଛନ୍ତି, ପୁଅ ସବୁବେଳେ କହୁଥିଲା.. ମଲାପରେ ନିଜ ଆଖିରେ ଯଦି ଆଉ କିଏ ଦୁନିଆ ଦେଖିବ.. ତା’ ଠାରୁ ଆଉ ଖୁସି କ’ଣ ଅଛି । ଆଉ ତା’ର ଶେଷ ଇଚ୍ଛାକୁ ସମ୍ମାନ ଜଣାଇ କଷ୍ଟ ହେଉ ପଛେ ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇଛନ୍ତି ।

Advertisment
Eye Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ