Advertisment

ATMରୁ ଟଙ୍କା ଉଠାଉଥିଲେ ସବଧାନ ! ଏହି ସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ..

ATMରେ ଟଙ୍କା ଉଠାଇବା ବେଳେ ଆପଣ ଠାକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଟିକିଏ ଅସାବଧାନତା କାରଣରୁ ବ୍ୟାଙ୍କରୁ କଟିଯାଇପାରେ ଟଙ୍କା ।

ଅଦ୍ୟତନ ହୋଇଛି
ATM Tips

ATM Tips

Advertisment

ଆଜିକାଲି ସମସ୍ତେ ATM ବ୍ୟବହାର କରୁଛନ୍ତି । ବ୍ୟାଙ୍କ ନଯାଇ ଖୁବ୍‌ କମ୍‌ ସମୟରେ ଟଙ୍କା ଉଠାଇବାକୁ ATM ଯାଉଛନ୍ତି । ହେଲେ ଆପଣ ଜାଣନ୍ତି କି ? ATMରେ ଟଙ୍କା ଉଠାଇବା ବେଳେ ଆପଣ ଠାକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଟିକିଏ ଅସାବଧାନତା କାରଣରୁ ବ୍ୟାଙ୍କରୁ କଟିଯାଇପାରେ ଟଙ୍କା । ତେବେ ଆପଣ ଠାକାମୀରୁ କିପରି ଦୂରେଇ ରହିପାରିବେ ଏବଂ ସତର୍କ ହେବେ ଜାଣିନିଅନ୍ତୁ...

Advertisment

୧. ଆପଣ ଯେଉଁ ATM ବ୍ୟବହାର କରିବାକୁ ଯାଉଛନ୍ତି ସେହି ATMକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ । ଯେପରିକି ATM କାର୍ଡର ବ୍ୟବହାର ସମୟରେ ATM ମେସିନ୍‌ର ଲାଇଟ୍‌ ଜଳୁଛି କି ନାହିଁ ଦେଖିନିଅନ୍ତୁ । ଯଦି ATM ଅନ୍‌ ଥାଏ କିନ୍ତୁ କାର୍ଡ ଭର୍ତ୍ତି କରିବା ସ୍ଥାନରେ ଲାଇଟ୍‌ ଜଳୁନଥାଏ ତେବେ ସେହି ATMକୁ ବ୍ୟବହାର କରନ୍ତୁନାହିଁ ।

୨. ଯଦି ଆପଣଙ୍କ ପାଖରେ ATM ଅଛି । ହେଲେ ଆପଣ ATM ବ୍ୟବହାର ଜାଣିନାହାନ୍ତି । ତେବେ ସେପରି ସମୟରେ ଆପଣ ନିଜ ପରିବାର କିମ୍ବା ପରିଚିତ ବ୍ୟକ୍ତିଙ୍କ ସହାଯ୍ୟ ନିଅନ୍ତୁ । କିନ୍ତୁ ଭୁଲ୍‌ରେ ବି କୌଣସି ଅପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ନାହିଁ କିମ୍ବା ଆପଣ ATM ତାଙ୍କୁ ଅପରେଟ୍‌ କରିବାକୁ ଦିଅନ୍ତୁନାହିଁ ।

Advertisment

୩. ମନେରଖିବେ ଆପଣ ଯେଉଁ ସମୟରେ ATMରେ ଟଙ୍କା ଉଠାଉଛନ୍ତି । ସେହି ସମୟରେ ATM ନିକଟରେ ଆପଣଙ୍କ ଠାରୁ ଅନ୍‌ଲାଇନ୍‌ ପେମେଣ୍ଟ ନେଇ କ୍ୟାସ୍‌ ଦେବାକୁ କିଛି ବ୍ୟକ୍ତି କହିଥା’ନ୍ତି । ପରେ ସେମାନେ ନକଲି ନୋଟ୍‌ କିମ୍ବା କିଛି ଅଳ୍ପ ଟଙ୍କା ଦେଇ ସେଠାରୁ ଚାଲିଯାଆନ୍ତି । ତେଣୁ ସେପରି ସମୟରେ ଆପଣ ATMରୁ ହିଁ ଟଙ୍କା ଉଠାନ୍ତୁ ।

୪. ସବୁଠାରୁ ବଡ଼ କଥା ମନେ ରଖିବେ, ATMରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କ ନିକଟରେ କୌଣସି ଅଜଣା ବ୍ୟକ୍ତି ରହିବା ଉଚିତ୍‌ ନୁହେଁ ଏବଂ ସବୁଠାରୁ ବଡ଼ କଥା ହେଉଛି ଆପଣ ଟଙ୍କା ଉଠାଇସାରିବା ପରେ ATMରେ ଥିବା କ୍ୟାନସଲ୍‌ ବଟମ୍‌କୁ କ୍ଲିକ୍‌ କରିବାକୁ ଭୁଲନ୍ତୁ ନାହିଁ ।

Advertisment
ATM Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ