Advertisment

ଓଡ଼ିଶା ସ୍କୁଲରୁ ବିଜୁଳି କାଟିଦେଲା ଆନ୍ଧ୍ର !

ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି

ଅଦ୍ୟତନ ହୋଇଛି
Kotia

Kotia

Advertisment

କେବେ ସୀମା ଟପୁଛି । କେବେ ଲୋଭ ଦେଖାଉଛି । ଆଉ କେବେ ଦାଦାଗିରି କରୁଛି । କୋଟିଆକୁ ନେଇ ଆନ୍ଧ୍ର ନିଇତି ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି । ଏବେ ତ ସବୁ କିଛି ବଳି ଯାଇଛି । ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି।

Advertisment

ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ପାଠ ପଢ଼ାରେ ବ୍ୟାଘାତ ହେଉଛି । କୋଟିଆରେ ଆନ୍ଧ୍ର ଏଭଳି ଭାବେ ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଓ ପରେ ନିଜ ଅସଲ ରୂପ ଦେଖାଉଥିବା ପଦାରେ ପଡ଼ିଛି ।

ଅନ୍ୟପଟେ ସ୍କୁଲ ବାବଦରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲୁ । ତେବେ ସେ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Advertisment
Heatwave Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ