Advertisment

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଧୂଳିପଦର ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ

Andhra government organises medical camp in Kotia

Andhra government organises medical camp in Kotia

Advertisment

ପୁଣି କୋଟିଆରେ ପଶିଲା ଆନ୍ଧ୍ର। ସୀମାବର୍ତ୍ତୀ ଧୂଳିପଦର ପଞ୍ଚାୟତ ଗାଁରେ ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳ ପକ୍ଷରୁ ଏକ ମେଡିକାଲ୍ କ୍ୟାମ୍ପ ଖୋଲିଛି । କ୍ୟାମ୍ପ କରି ପ୍ରାୟ ୫୦୦ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ମେଡିସିନ ବାଣ୍ଟିଛି ଆନ୍ଧ୍ର । କ୍ୟାମ୍ପରେ ଆନ୍ଧ୍ର ପ୍ରଦେଶର ଏସଟି କମିଶନର ଅଧ୍ୟକ୍ଷ ଡାକ୍ତର ଡି.ଭି ଶଙ୍କର ରାଓ ଯୋଗ ଦେଇଥିଲେ।

Advertisment

ଗତ ୨୧ ତାରିଖରେ ବି ଫାଟୁସିନେରୀରେ ମାଗଣା ସ୍ୱାସ୍ଥ୍ୟ ଶିବିର ଖୋଲିଥିଲା ଆନ୍ଧ୍ର । ପ୍ରଶାସନ ଖବର ପାଇବା ପରେ ପଟାଙ୍ଗି ବିଡିଓ ଏବଂ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ସେପଟେ କୋଟିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ ଥିଲେ ହେଁ ଆନ୍ଧ୍ର ଘରପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଉଛି ।

ଏଣୁ ପ୍ରଶାସନ କାହିକିଁ ବିରୋଧ କରୁଛିନ ବୋଲି ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକ । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।...

Advertisment
Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ