Advertisment

ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌?

ଅଦ୍ୟତନ ହୋଇଛି
VK Pandian’s

VK Pandian’s

Advertisment

୫-ଟି ସଚିବଙ୍କ ଗସ୍ତକୁ ସିଧାସିଧା ବିରୋଧ କରୁଛନ୍ତି ଲୋକେ...ଖାଲି ବରୋଧ କରୁଛନ୍ତି ତାହା ନୁହେଁ ବରଂ କାହିଁକି ତାଙ୍କ ଗସ୍ତବେଳେ ଏମିତି ପ୍ରହସନ ଚାଲିଛି ବୋଲି ପ୍ରଶ୍ନ ବି କରିଛନ୍ତି ଲୋକେ । ଖାଲି ସେତିକି ନୁହେଁ ଶଙ୍ଖ ଦଳକୁ ଭୋଟ୍‌ ଦେଇ ଥିବାରୁ ଏବେ ଅନୁତାପ ବି କରୁଛନ୍ତି। ହେଲେ ଏମିତି କିଏ ଓ କାହିଁକି କହିଛନ୍ତି ତାହାକୁ ନେଇ ଚର୍ଚ୍ଚା । ହେଲେ ୫-ଟି ସଚିବଙ୍କ ଗସ୍ତକୁ ନେଇ ସେ କାହିଁକି ଖପ୍ପା? ତାହା ଜାଣିବା ପରେ ଆପଣ ବି କିଛି ସମୟ ଲାଗି ସ୍ତବ୍ଧ ହୋଇଯିବେ ।

Advertisment

ରାସ୍ତା ପୂରା ଜାମ୍‌ ...ଗାଡି ପଛକୁ ପଛ ଲାଗିଥିଲା ଯେ ଚାଲିକି ଯିବା ବି ମୁସ୍କିଲ । ଆଉ ତା’ରି ଭିତରେ ଫସିଥିଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଜୋରରେ ସାଇରନ୍‌ ଦେଉଥିଲା, ହେଲେ କେହି ବି ବାଟ ଛାଡିବା ସ୍ଥିତିରେ ନଥିଲେ । ନୟାଗଡ ଗସ୍ତରେ ଯାଇଥିବା ୫-ଟି ସଚିବଙ୍କ ପାଇଁ ସୃଷ୍ଟି ହୋଇଥିଲା ଏଭଳି ସ୍ଥିତି । ସଚିବଙ୍କ ଗସ୍ତ ଦୃଷ୍ଟିରୁ ରାସ୍ତାକୁ ବନ୍ଦ କରିଦେଇଥିଲା ପ୍ରଶାସନ । ଫଳରେ ଶହ ଶହ ସଂଖ୍ୟାରେ ଗାଡିମୋଟର ରାସ୍ତାରେ ଅଟକି ରହିଥିଲା । ଜଣେ ପ୍ରାଶାସନିକ ଅଧିକାରୀଙ୍କ ଲାଗି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବାକୁ ନେଇ ଅସନ୍ତୋଷ ଝାଡି ଥିଲେ ସ୍ଥାନୀୟ ଲୋକେ। 

5T ସଚିବଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ ଦୃଷ୍ଟିରୁ ବୋଧହୁଏ ଏଭଳି ସୁରକ୍ଷା ବ୍ୟବସ୍ଥା କରିଥିଲା ନୟାଗଡ଼ ଜିଲ୍ଲା ପ୍ରଶାସନ। ତେବେ ଜଣେ ସଚିବଙ୍କ ଗସ୍ତ ଲାଗି ପୁରା ଟ୍ରାଫିକକୁ ରୋକିଦିଆଯିବା କଥାକୁ ଗ୍ରହଣ କରିପାରୁନାହାନ୍ତି ନୟାଗଡ଼ ଜନତା । ତେଣେ ଆମ୍ମୁଲାନ୍ସ ଅଧଘଣ୍ଟାରୁ ଅଧିକ ସମୟ ଅଟକି ରହିବା ଯୋଗୁ ପଢି ଯାଇଥିଲା ରୋଗୀ ସଂପର୍କୀୟଙ୍କ ଉଦବେଗ । ତେବେ ଭଗବାନଙ୍କ ଭରସାରେ ଅପେକ୍ଷା କରିବା ବ୍ୟତିତ ସେମାନଙ୍କ ନିକଟର ଅନ୍ୟ ଚାରା ନଥିଲା ।

Advertisment

ବିକାଶ କାର୍ଯ୍ୟର ଅନୁଧ୍ୟାନ ଆଳରେ ଏବେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ୫-ଟି ସଚିବ । ହେଲେ ତାଙ୍କ ଗସ୍ତ ସମୟରେ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଥିବାରୁ ତାକୁ ନେଇ ସାଧାରଣରେ ବଢୁଛି ଅସନ୍ତୋଷ । 5T ସଚିବଙ୍କ ନୟାଗଡ ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ବି ଦିଆଯାଇଥିଲା। ତେବେ ଓଡଗାଁ ଗାନ୍ଧି ଛକରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା । ୫-ଟି ସଚିବ ଗସ୍ତ ଯୋଗୁଁ ସାଧାରଣକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ବି ଖୋଦ୍ ସଚିବ ଓ ସରକାର ଉଭୟ ବେଫିକର। ଅନ୍ୟପକ୍ଷରେ ନୟାଗଡ଼ ଘଟଣା ସମ୍ପର୍କରେ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

108 Ambulance Ambulance VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ