ବାହାନଗା ପରି ବଡ଼ ରେଳ ଦୁର୍ଘଟଣାକୁ କିପରି ଏଡ଼େଇ ହେବ ? ୧୧ଟି ପଏଣ୍ଟ....

ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ।

All India Railway Engineers Federation

ବାହାନଗା ରେଳ ଦୁର୍ଘଟଣାକୁ ୨୫ ଦିନରୁ ଅଧିକ ବିତିଲାଣି । ଅନେକ ଦିନର ବ୍ୟବଧାନ ପରେ ପୁଣି ସ୍ୱାଭାବିକ ହୋଇଛି ବାହାନଗା ବଜାର ରେଳ ଷ୍ଟେସନ । ଦୁର୍ଘଟଣା ପର ଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା । ହେଲେ ସେହି ଭୟଙ୍କର ଦୁର୍ଘଟଣାର କ୍ଷତ ଚିହ୍ନ ସବୁଦିନ ପାଇଁ ଲୋକଙ୍କ ମନରେ ସତେଜ ରହିବ । ଶତାବ୍ଦୀର ଏପରି ଏକ ବଡ଼ ବିପର୍ଯ୍ୟୟ କେବଳ ଓଡ଼ିଶା କାହିଁକି ସାରା ବିଶ୍ୱବାସୀଙ୍କୁ ବି ମର୍ମାହତ କରିଛି । ତେବେ ବର୍ତ୍ତମାନ ଏଭଳି ବଡ଼ ବଡ଼ ଦୁର୍ଘଟଣା ଏଡ଼ାଇବା ପାଇଁ ରେଳମନ୍ତ୍ରୀଙ୍କୁ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ (AIREF) ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି । ସମୁଦାୟ ୧୧ଟି ପଏଣ୍ଟରେ ରେଳମନ୍ତ୍ରୀଙ୍କ ନିକଟରେ ସେମାନେ ନିଜର ମତ ରଖିଛନ୍ତି ।

ଗତ ୨ ତାରିଖରେ କୋଲକାତାରୁ ଚେନ୍ନାଇକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୯୨ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।...