Advertisment

୮ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି ।

TIger Census

TIger Census

Advertisment

ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି । ୬୦୦ ବର୍ଗ କିଲୋମିଟର ସୁନାବେଡା ଅଭୟାରଣ୍ୟରେ ବାଘ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି ।

Advertisment

ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି । ଆଗରୁ ବାଘ ଗଣନା ବେଳେ ବାଘର ପାଦ ଚିହ୍ନକୁ ପ୍ଲାଷ୍ଟର ଅଫ୍ ପ୍ୟାରିସରେ ଛାଞ୍ଚ ସଂଗ୍ରହ କରାଯାଉଥିଲା । ଏବେ ଟ୍ରାପ୍ କ୍ୟାମେରା ଲଗାଇ ବାଘ ପାଦ ଚିହ୍ନର ଫଟୋ ଉଠାଯାଉଛି ।

ସୁନାବେଡା ଅଭୟାରଣ୍ୟର ୩ଟି ରେଞ୍ଜ କୋମନା, ସୁନାବେଡା ଓ ନୂଆପଡ଼ା ରେଞ୍ଜର ୧୦ଟି ସେକ୍ସନରେ ଚାଲିଛି ବାଘ ଗଣନା । ୨୭ଟି ବିଟରେ ୨୭ଟି ଟିମ୍ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment
Sunabeda Wildlife Sanctuary TIger Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ