Advertisment

ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….

ଅଦ୍ୟତନ ହୋଇଛି
fire

fire

Advertisment

ସର୍ବସ୍ୱ ଜାଳିଦେଲା ସର୍ବଗିଳା ନିଆଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ଟି ଦୋକାନ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Advertisment

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା । ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ଥିଲା।ରାତି ହୋଇଥିବାରୁ ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା ।

ଖବର ପାଇ ବାସୁଦେବପୁର ଓ ଧାମରା ଅଗ୍ନିଶମ ବାହିନୀ ପହଞ୍ଚି ୨ ଘଣ୍ଟା ପରେ ନିଆଁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

Advertisment

Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ