Advertisment

ଅନ୍ଧବିଶ୍ୱାସ!! ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ ।

ଅଦ୍ୟତନ ହୋଇଛି
Salt therapy To Revive Dead

Salt therapy

Advertisment

ସତରେ କ’ଣ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ପିଲାକୁ ଲୁଣରେ ବୁଡ଼ାଇ ରଖିଲେ ଫେରିଆସେ ଜୀବନ ? ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ? ଅଜବ, ଅଦ୍ଭୁତ, ଅବିଶ୍ୱସନୀୟ ଘଟଣା । ହୁଏତ ଏହି କାହାଣୀ ଆପଣଙ୍କୁ ବିବ୍ରତ କରିପାରେ। କିନ୍ତୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

Advertisment

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ । ମୃତ ପିଲାଟି ହେଉଛି ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ପୁଅ ରୋହନ କୁମାର ଜେନା। କୁହାଯାଉଛି, ଖେଳୁ ଖେଳୁ କୁଆଡ଼େ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲା। ଆଉ ତାକୁ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। 

ତେବେ ଗାଁର ଜଣେ ବ୍ୟକ୍ତିଙ୍କ ପରାମର୍ଶକ୍ରମେ, ଲୁଣରେ ପୋତିଦେଲେ ଜୀବନ ଫେରିଆସିବା ଆଶାରେ ମେଡ଼ିକାଲ ସାମ୍ନାରେ ଏଭଳି ଉଦ୍ୟମ ଜାରି ରଖିଥିଲେ ସମ୍ପର୍କୀୟ। କିନ୍ତୁ କାମ ଦେଲାଣି ଲୁଣ ଥେରାପି। ଆଉ ଫେରିଆସିଲାନି ପିଲାଟିର ଜୀବନ। 

Advertisment

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟ ଶ୍ୟାମସୁନ୍ଦର ନାୟକ ଦେଇଥିଲେ ଏଭଳି ପରାମର୍ଶ। ତାଙ୍କ କହିବା କଥା, ପାଣିରୁ ଉଦ୍ଧାର ପିଲାଙ୍କୁ ଏଭଳି ଲୁଣରେ ପୋତିଦେଲେ ବଞ୍ଚିଯାଆନ୍ତି। ପ୍ରଶିକ୍ଷଣବେଳେ କୁଆଡ଼େ ଏକଥା ତାଙ୍କୁ କୁହାଯାଇଛି । ସେହି ଆଧାରରେ ସେ ଏଭଳି ଭାବେ ୩ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଏବଂ ସେହି ଅଭିଜ୍ଞତାରୁ ସେ ଲୁଣ ଉପଚାର ପାଇଁ ରୋହନଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି। 

ତେବେ ଏହା ବିଶ୍ବାସ ନା ଅନ୍ଧବିଶ୍ବାସ ? ଚିକିତ୍ସା ବିଜ୍ଞାନକୁ କାହିଁକି ବଳିଗଲା ବିଶ୍ବାସ ? ମୃତ ପିଲାକୁ ବଞ୍ଚାଇବା ପାଇଁ ଲୁଣ ଉପଚାର ଏକ ଅପଚେଷ୍ଟା କି ? ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ବାସୁଦେବପୁର ମେଡ଼ିକାଲର ଡାକ୍ତର ଦଶରଥ ଟୁଡୁ ଏହାକୁ ଅସମ୍ଭବ ବୋଲି କହଛନ୍ତି।  

Advertisment

ଲୁଣ ଉପଚାରର ତତ୍ତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ରହିଛି। କିନ୍ତୁ ମରଣପଞ୍ଝାରୁ ମଣିଷକୁ ଛଡ଼ାଇ ଆଣିବା ପାଇଁ ବାସୁଦେବପୁର ଅଞ୍ଚଳରେ ଏଭଳି ବିଫଳ ଉଦ୍ୟମକୁ ନେଇ ଏବେ ନାନା ଚର୍ଚ୍ଚା।

Superstition Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ