Advertisment

ରାତି ପାହିଲେ ବସୁଛି ମଣିଷ ହାଟ...ହେଲେ ବସିବାକୁ ଜାଗା ନାହିଁ...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।

ଅଦ୍ୟତନ ହୋଇଛି
Human market

Human market

Advertisment

କି ବର୍ଷା କି ଶୀତ...ସକାଳ ହେବା ମାତ୍ରେ ରାସ୍ତା କଡରେ ଶ୍ରମିକଙ୍କର ଜମେ ଭିଡ । କିଏ ଗଛ ତଳେ ତ ଆଉ କିଏ ପାଖଆଖ ଦୋକାନ ପିଣ୍ଡିରେ ବସିଥାଆନ୍ତି । ସେମାନେ କୋଉ ଗାଡି କି କାହାକୁ ଅପେକ୍ଷା କରିଛନ୍ତି ତାହା ନୁହେଁ ବରଂ ସମସ୍ତେ କାମକୁ ଅପେକ୍ଷା କରିଛନ୍ତି । କେତେବେଳେ କିଏ ମଜୁରୀ ଖଟିବାକୁ ଡାକିବ ସେମାନେ ଯିବେ ।

Advertisment

କୋରାପୁଟ ସହରରେ ନିଇତି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ଟ୍ରାଫିକ୍‌ ଛକରେ ନିଇତି ଦେଖିବାକୁ ମିଳେ ମଣିଷ ହାଟ । ଗାଁ ଗଣ୍ଡାରୁ କାମ ଅନ୍ୱେଷଣରେ ଏମାନେ ଆସି ସହରର ଟ୍ରାଫିକ୍‌ ଛକରେ ଅପେକ୍ଷା କରନ୍ତି । ଶ୍ରମିକ ହୋଇଥିବାରୁ ନିଇତି ଖଟିଲେ ଘରେ ଚୁଲି ଜଳିବ, ପେଟକୁ ଦାନା ଯିବ । ସେଇଥି ଲାଗି ତ ସେମାନେ ଲଗାଇଛନ୍ତି ଭିଡ । ଜାଣି ଆଶ୍ଚର୍ଯ୍ୟ ହେବେ କି ଶ୍ରମିକମାନେ ବସିବାକୁ ବା ଅପେକ୍ଷା କରିବାକୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଛିଡା ହୋଇ ରୁହନ୍ତି ଶ୍ରମିକ । ଯେଉଁ ଦୃଶ୍ୟ ଶହଶହ ଲୋକଙ୍କ ବ୍ୟଥିତ କରୁଛି ସତ କିନ୍ତୁ କାହା ପାଖରେ କିଛି କରିବାର ଉପାୟ ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତିଦିନ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଶ୍ରମିକ ରାସ୍ତାରେ ଭିଡ ଲଗାନ୍ତି । ଯିଏ ଯିଏ କାମ ପାଇଲେ ସେମାନେ ଯାଆନ୍ତି ନହେଲେ ମଧ୍ୟାହ୍ନ ୧୨ ଯାଏ ଅପେକ୍ଷା କରିକରି ପୁଣି ଥରେ ନିଜ ଘରକୁ ଫେରିଯାଆନ୍ତି । ସହର ଉପକଣ୍ଠ ଚିନ୍ଦ୍ରୀ, ଜାନିଗୁଡ଼ା, ଝରିଗୁଡ଼ା, ଉମୁରି, ଛପର, ବାଡ଼ାମଫୁଟ, ମସ୍ତିପୁଟ, ମହାଦେଇପୁଟ, ରେଲିକୁମ୍ଭା, ଗୌଡଗୁଡ଼ା, ମାନବାର ଆଦି ଅଞ୍ଚଳରୁ ଶ୍ରମିକମାନେ କୋରାପୁଟକୁ ଆସୁଥିବା ଜଣାଯାଏ ।

Advertisment

ଶ୍ରମିକଙ୍କ ଲାଗି ସ୍ଥାୟୀ ଅପେକ୍ଷା କେନ୍ଦ୍ର କରିବାକୁ ଅନେକ ବାର ଦାବି ହୋଇଛି ହେଲେ ପ୍ରଶାସନ ଏଯାଏ କିଛି କରିନି । ଏମିତିକି ରାସ୍ତା ଉପରେ ଏତେ ଅଧିକ ମାତ୍ରାରେ ଭିଡ ଜମୁଥିବାରୁ କେତେବେଳେ କଣ ଅଘଟଣ ଘଟିବା ନେଇ ଆଶଙ୍କା ବି କରାଯାଉଛି । ତେବେ ପୂରା ଘଟଣାରେ ପୌରାଧ୍ୟକ୍ଷ କହିଛନ୍ତି, ବର୍ତ୍ତମାନ୍ ଶ୍ରମିକଙ୍କ ଲାଗି ରେଷ୍ଟ ସେଡ୍‌ ନିର୍ମାଣ ପାଇଁ ଜାଗା ଖୋଜା ଚାଲିଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ରାସ୍ତା କଡରେ ସେମାନେ ପ୍ରତିଦିନ ଛିଡା ହୋଇ ରହୁଛନ୍ତି । ହେଲେ ବସିବାକୁ ଟିକିଏ ଜାଗା ବି ପାଉନାହାନ୍ତି । ତେବେ ସମୟ କହିବ କେବେ ପ୍ରତିଶ୍ରୁତି ପାଳନ କରୁଛନ୍ତି ପୌରାଧ୍ୟକ୍ଷ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ