Young Lawyer’s death
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟରେ ଯୁବ ଆଇନଜୀବୀ ଦୀପକ ସାହୁଙ୍କ ଆତ୍ମହତ୍ୟା ପଛର କାରଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଗତ ସଂଧ୍ୟାରେ ଦୀପକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲା ପୋଲିସ । ହେଲେ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା । ମୃତଦେହ ଜବତ କରିବା ସହ ଘଟଣାର ପଞ୍ଚନାମା କରି ଆତ୍ମହତ୍ୟାର କାରଣ ଖୋଜିଥିଲା ପୋଲିସ । ଦୀପକଙ୍କ ମା, ସ୍ତ୍ରୀ ସହ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲା । ପଚରାଉଚରାରୁ ଜଣାପଡ଼ିଥିଲା ଯେ ଦୀର୍ଘଦିନ ଧରି ମାନସିକ ଅବସାଦରେ ରହୁଥିଲେ ଦୀପକ । ତାଙ୍କୁ ଦୁଇ ଦୁଇ ଥର ବ୍ରେନ ଷ୍ଟ୍ରୋକ୍ ମଧ୍ୟ ହୋଇଥିବା ନେଇ ପତ୍ନୀ ପୋଲିସକୁ କହିଛନ୍ତି । ଏଥିପାଇଁ ସେ ରେଗୁଲାର ମେଡିସିନ୍ ବି ଖାଉଥିଲେ । ହେଲେ କିଛିଦିନ ହେବ ମେଡିସିନ ନ ଖାଇ ଆତ୍ମହତ୍ୟା କରିଦେବାର ଭୟ ଦେଖାଉଥିଲେ ବୋଲି ସୂଚନା ମିଳିଛି । ସେପଟେ ପଡ଼ୋଶୀଙ୍କ କହିବା ଅନୁସାରେ, ଦୀପକ ଏତେ ମାନସିକ ଅବସାଦରେ ରହୁଥିଲେ ଯେ, କେହି ବାହାରକୁ ଡାକିଲେ ବି ସେ ଘରୁ ବାହାରୁନଥିଲେ । ପାରିବାରିକ କଳହ ବି ଲାଗି ରହିଥିଲା । ଉଭୟ ମା ଓ ସ୍ତ୍ରୀକୁ ନେଇ ସେ ମାନସିକ ଚାପରେ ରହୁଥିଲେ ବୋଲି ଚର୍ଚ୍ଚା ହେଉଛି ।
ତେବେ ଆଜି ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍ । ଘଟଣା ସ୍ଥଳରୁ ପୋଡ଼ା ଅଂଶ ସହ ପେଟ୍ରୋଲ ପାଇଁ ବ୍ୟବହୃତ ବୋତଲ ଜବତ କରାଯାଇଛି । ସେପଟେ ଘର ଆଖପାଖରେ ଲାଗିଥିବା ସିସିଟିଭି କୁ ମଧ୍ୟ ଯାଞ୍ଚ କରାଯାଇଛି । ଆତ୍ମହତ୍ୟା ପଛରେ କଣ ପ୍ରକୃତ କାରଣ ରହିଛି, ସବୁ ଦିଗରୁ ତଦନ୍ତ ଚାଲିଛି । ସେପଟେ ଦୀପକଙ୍କ ଶ୍ୱଶୁରଙ୍କ କହିବା ଅନୁସାରେ, ଦୀପକ ବେଶ୍ ଖୁସିବାସି ଲୋକ ଥିଲେ । ହେଲେ ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ନିଜର ଦୁଇ ଝିଅ କଥା କିମ୍ବା ପରିବାର ଲୋକଙ୍କ କଥା ଟିକିଏ ହେଲେ ଭାବିଲେ ନାହିଁ ।
ଦୀପକଙ୍କ ମୃତ୍ୟୁପରେ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି । ସେ ପେଟ୍ରୋଲ କେଉଁଠୁ ଆଣିଲେ? ଏବଂ କାହିଁକି ଏଭଳି ଯନ୍ତ୍ରଣାଦାୟକ ମୃତ୍ୟୁର ବାଟକୁ ବାଛିଲେ ? ଛାତ ଉପରେ ଜଳିଯାଉଥିବା ବେଳେ ଦୀପକଙ୍କୁ କେହି କେମିତି ଦେଖିପାରିଲେ ନାହିଁ? ଏହା ପ୍ରକୃତରେ ଆତ୍ମହତ୍ୟା, ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ? ତେବେ ପୋଲିସର ତଦନ୍ତରୁ ଏସଂପର୍କରେ ସବୁ ସ୍ପଷ୍ଟ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756488961.jpg)