Night Shift Duty
ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତିକମରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ । ଏବଂ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି ।
ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ କୋହଳ କରାଯାଇଛି । ରାଜ୍ୟ ସରକାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ବାର ଘରୋଇ ପ୍ରତିଷ୍ଠାନରେ ମହିଳାମାନଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ମାତ୍ର ନାବାଳିକାମାନଙ୍କୁ ଏହି ଅନୁମତି ଦିଆଯିବ ନାହିଁ।
ଇଜ୍ ଅଫ୍ ଡୁଇଂ ବିଜନେସକୁ ଆଧାର କରି ସେମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାତିରେ ମହିଳା କର୍ମଚାରୀଙ୍କୁ ତାଙ୍କ ଘରୁ ଆଣିବା କିମ୍ବା ଛାଡ଼ିବା ପାଇଁ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର ହେବ । ନଚେତ୍ କାର୍ଯ୍ୟକ୍ଷେତ୍ର ନିକଟରେ ତାଙ୍କ ପାଇଁ ରହିବାର ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବା ଆବଶ୍ୟକ। ରାତିରେ ଯେଉଁ ଗାଡ଼ି ମହିଳା କର୍ମଚାରୀଙ୍କୁ ନେବା ଆଣିବା କରିବ ସମ୍ପୃକ୍ତ ଗାଡ଼ି ଡ୍ରାଇଭରଙ୍କର ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିବ ପୋଲିସ୍ ।
ଘରୋଇ ପ୍ରତିଷ୍ଠାନରେ ଶୌଚାଳୟ, ପାନୀୟ ଜଳ ସୁବିଧା ସହିତ ଯଥେଷ୍ଟ ପରିମାଣର ଆଲୋକ ସୁବିଧା ସାଙ୍ଗକୁ ସମ୍ପୂର୍ଣ୍ଣ ପରିସରଟି ସିସିଟିଭି ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହାସହିତ ସେମାନଙ୍କ ପାଇଁ ସମର୍ପିତ ଟେଲିଫୋନ୍ ନମ୍ବର ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ ନମ୍ବର-୧୮୧ ଏବଂ ଶ୍ରମ ବିଭାଗର ହେଲ୍ପ ଲାଇନ ନମ୍ବର-୧୮୦୦୩୪୫୬୭୦୩ ଭଲ ଭାବେ ପ୍ରଦର୍ଶିତ ହେବା ସହିତ ମହିଳା କର୍ମଚାରୀଙ୍କୁ ନେବା ଆଣିବା ଗାଡ଼ିରେ ମଧ୍ୟ ଲଗାଯିବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754285565.jpg)