Advertisment

ଧରାପଡ଼ିଲା ଛତିଶଗଡ଼ ଅପରେସନରେ ଆହତ ମହିଳା ମାଓବାଦୀ, ସର୍ଚ୍ଚ ଅପରେସନ ବେଳେ ଗିରଫ

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

Naxal

Naxal

Advertisment

ଜଣେ ଆହତ ମହିଳା ନକ୍ସଲ ଗିରଫ। ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି ନବରଙ୍ଗପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗିରଫ ନକ୍ସଲ ନାଁ ମ୍ୟାଙ୍ଗନୁରେଟି ଓରଫ ସିନ୍ଧୁ। ସିନ୍ଧୁର ବୟସ ପ୍ରାୟ ୨୫ ବର୍ଷ ହେବ । ସେ ଆହତ ଥିବା ସୂଚନା ମିଳିଛି ।

Advertisment

ଗୁଇନ୍ଦା ରିପୋର୍ଟ ଆଧାରରେ ଏକାୱାରି ଗାଁରେ ନବରଙ୍ଗପୁର ପୋଲିସର ଗୁଇନ୍ଦା ଟିମ୍‌ ସହ ୨୧ ଜଣ ପୋଲିସ, ଦୁଇଟି ଏସଓଜି ଟିମ୍‌ ଓ ଗୋଟିଏ ଡିଭିଏଫ ଟିମ୍‌ ସଦସ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ସୂଚନା ପାଇଁ ଏକୱାରୀ ଗାଁରେ ଚଢାଉ କରିଥିଲା ଟିମ୍ । ଗତ ୧୨ ତାରିଖରେ କରିପାନୀ ଓ ଏକୱାରି ଗାଁ ନିକଟରେ ହୋଇଥିବା ପୋଲିସ ନକ୍ସଲ ଗୁଳି ବିନିମୟରେ ସିନ୍ଧୁ ସାମିଲ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସେ ଗତ ୨୦୨୧ ମସିହାରୁ ସୀତାନଦୀ ଏରିଆ କମିଟିର ଦୀପକ ମାଣ୍ଡଭି ନାମକ ନକ୍ସଲ ନେତୃତ୍ୱରେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି। ସିନ୍ଧୁଙ୍କୁ ଗିରଫ ପରେ ଛତିଶଗଡ଼ର ଧମନ୍ତରୀ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଛି ନବରଙ୍ଗପୁର ପୋଲିସ।

ସୂଚନା ଅନୁସାରେ କିଛି ଦିନ ପୂର୍ବ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା କରିଥିଲା । ଲାଲଗଡ଼ରେ ପଶିଲେ, ମାଓ ଆଡ୍ଡାକୁ ଛିନଛତ୍ର କରିଥିଲେ ସୁରକ୍ଷାକର୍ମୀ । ଅନ୍ଧାଧୂନ ଫାଏରିଂରେ ନିପାତ ହୋଇଥିଲେ ୨୯ ନକ୍ସଲ। ଯେଉଁ ଗୋଷ୍ଠୀରେ ଥିଲା ବଡ଼ ମାଓ ନେତା ଶଙ୍କର ରାଓ। ସେ ବି ସଫା ହୋଇଯାଇଛି। ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, ଠିକ ସେହି ସ୍ଥାନର ସୂଚନା ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଉ ସେହି ସୂଚନା ଆଧାରରେ ହିଁ ଅପରେସନ୍ କରି ସଫଳତା ପାଇଛନ୍ତି ସୁରକ୍ଷାକର୍ମୀ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଛତିଶଗଡ଼ ସମେତ ସାରା ଦେଶ ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ।

Advertisment

ସବୁଠାରୁ ବଡ଼ କଥା ହେଉଛି ଗତ ୩ ମାସ ଭିତରେ ଏନକାଉଣ୍ଟରରେ ୮୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୫ ଜଣ ଗିରଫ ଏବଂ ୧୫୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

Naxal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ