ଭୁବନେଶ୍ୱର ଏମ୍ସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ମହିଳା କମିଶନଙ୍କ ଦ୍ୱାରସ୍ଥ

ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ । ଥାନାରୁ ନିରାଶ ହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । 

Woman Alleges Rape Attempt

ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ରୋଗୀ ସେବାରେ ସାହାଯ୍ୟ କରିବା ଯେପରିକି ରକ୍ତ ଦେବା, ଟିକେଟ କରାଇବା, ଅନ୍ୟାନ୍ୟ ଟେଷ୍ଟ କରାଇବାର ଆଳ ଦେଖାଇ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଥାନାରୁ ନିରାଶ ହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ମହିଳା କମିଶନ କେସ ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ହାଜର କରିବାକୁ ନିର୍ଦ୍ଦେଶ ପାଇଁ ନୋଟିସ କରିଛନ୍ତି । ଏନେଇ ଓଟିଭି କ୍ୟାମେରା ଆଗରେ ନିଜର ଦୁଃଖ ବୟାନ କରିଛନ୍ତି ମହିଳା ଜଣଙ୍କ । ତେବେ ଏ ସମ୍ପର୍କରେ ସଂପୃକ୍ତ ସିକୁରିଟି ଗାର୍ଡଙ୍କୁ ପଚାରିବାରୁ ସେ ଘଟଣାକୁ ଏଡ଼ାଇ ଯାଇଛନ୍ତି ।