Advertisment

ପାୱାର କରିଡରରେ ଚର୍ଚ୍ଚା; ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ।

ଅଦ୍ୟତନ ହୋଇଛି
undefined

Senior IAS officer Manoj Ahuja

Advertisment

କାର୍ଯକାଳ ଆଉ ମାତ୍ର ୬ ମାସ, ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍ ୩୦ରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କୁ ଆଉ ଏକ୍ସଟନସନ କରିବେ ନା ନୂଆ କାହାକୁ ନିଯୁକ୍ତ କରିବେ ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ଗତକାଲି କେନ୍ଦ୍ର ସରକାର ୧୯୯୦ ମସିହା ବ୍ୟାଚର ଆଇଏଏସ ମନୋଜ ଆହୁଜାଙ୍କୁ ହୋମ୍ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଛନ୍ତି। ମନୋଜ କେନ୍ଦ୍ରରେ ଏବେ କୃଷି ମନ୍ତ୍ରାଳୟ ସଚିବ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ ବୁକ୍‌କୁ ଆସିଥିଲେ। ମନୋଜଙ୍କ ଓଡ଼ିଶା ଫେରିବା ପଛରେ ମୋଦିଙ୍କ ସହମତି ଥିବା ଚର୍ଚ୍ଚା ହେଉଛି। ଚାଷ ଓ ଚାଷୀଙ୍କ ରାଜ୍ୟ ଓଡ଼ିଶା। କୃଷିକୁ ପ୍ରାଥମିକତା ଦେଇ ଓଡ଼ିଶାର ବିକାଶ ମଡେଲକୁ ଗତିଶୀଳ କରିବା ଆଧାରକୁ ନେଇ ତାଙ୍କ ନାଁ ଚର୍ଚ୍ଚା ହେଉଛି । ହେଲେ ବଡ଼ କଥା ହେଲା ଆଇଏଏସ ଅଫିସର ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି। କିନ୍ତୁ ପୂର୍ବରୁ ଦୁଇ ଜଣ ମୁଖ୍ୟ ଶାସନ ସଚିବ କାର୍ଯ୍ୟକାଳ ବଢିଥିବା ନଜିର ରହିଛି। 

ଅନ୍ୟପଟେ ଯଦିଓ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ପାଇଁ ଥରେ ବଢାଇ ସାରିଛନ୍ତି, ପୁଣି ଆଉ ଥରେ ତାଙ୍କ କାର୍ଯ୍ୟକାଳ ବଢିପାରେ ବୋଲି ବି ଚର୍ଚ୍ଚା ହେଉଛି। କିନ୍ତୁ ୨୪ ବର୍ଷରେ ପରେ ନୂଆ ସରକାର ଆସିଥିବା କାରଣରୁ ତାଙ୍କ କାର୍ଯ୍ୟକାଳ ଆଉ ଏକ୍ସଟନସନ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Advertisment

ମନୋଜ ଆହୁଜା ଓ ପ୍ରଦୀପ ଜେନାଙ୍କ ବାଦ୍ ମୁଖ୍ୟ ଶାସନ ସଚିବ ପାଇଁ ବି ଅନେକ ରେସ୍‌ରେ ଅଛନ୍ତି। ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଛନ୍ତି। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ 
ନିକୁଞ୍ଜ ବିହାରୀ ଧଳଙ୍କ ନାଁ କୁ ନେଇ ବି ଚର୍ଚ୍ଚା ଲାଗି ରହିଛି। କାହିଁକି ନା ୨୪ ନିର୍ବାଚନକୁ ବେଶ୍ ନିରପେକ୍ଷତାର ସହ ପରିଚାଳନା କରିଥିଲେ ନିକୁଞ୍ଜ ଧଳ। ତେବେ ନୂଆ ଚିଫ୍ ସେକ୍ରେଟାରୀ ବାଛିବା ବେଳେ ଓଡ଼ିଆ-ଅଣଓଡ଼ିଆ ଅଧିକାରୀଙ୍କୁ ନେଇ ଯେପରି ବିଭେଦ ସୃଷ୍ଟି ନହୁଏ, ତାକୁ ବି ସରକାରଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। 

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କେଉଁ ଅଧିକାରୀ ରହିବେ ସେ ନେଇ ବି ଚିତ୍ର ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା CMOରେ ଓଡ଼ିଆ ଅଧିକାରୀଙ୍କ ଦବଦବା ଅଧିକ ରହିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କେହି ବି ପୂର୍ବତନ ପ୍ରଶାସନିକ ଅଧିକାରୀ ଡାର୍କ ହର୍ସ ହୋଇପାରନ୍ତି ।

Advertisment

IAS Officer Chief Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ