Advertisment

Sand Mafia: ବେଧଡ଼କ ବାଲି ଚୋରା ଚାଲାଣ; ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ମାଫିଆ ?

ସ୍ବର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର। ଦିନ ଦି ପହରେ ଓଡ଼ିଶାରୁ ଲୁଟ୍ ହୋଇ ପଶ୍ଚିମବଙ୍ଗକୁ ହେଉଛି ବେଧଡ଼କ ବାଲି ଚୋରାଚାଲାଣ।

undefined

Will Sand Mafia Drain the Subarnarekha Administration

Advertisment

ପଡ଼ୋଶୀ ପଶ୍ଚିମବଙ୍ଗକୁ ବ୍ୟାପକ ବାଲି ଚୋରା ଚାଲାଣ କରି ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ବାଲି ମାଫିଆ ? ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ଅଞ୍ଚଳରୁ ବର୍ଷ ବର୍ଷ ଧରି ବେଧଡ଼କ ବାଲି ଲୁଟ୍ ଚାଲିଥିବା ବେଳେ ଏପଟେ ପ୍ରଶାସନ ନିରବତାକୁ ନେଇ ଏଭଳି ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ। ୟା ଭିତରେ ଜଳେଶ୍ବର ତହସିଲଦାର ଦୁଇଦିନ ଭିତରେ ୩୩ଟି ବାଲି ଗାଡ଼ି ସିଜ୍ କରିବା ପରେ ବାଲି ମାଫିଆଙ୍କ ଭିତରେ ପଶିଛି ଛନକା। 

Advertisment

ସ୍ବର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର। ଦିନ ଦି ପହରେ ଓଡ଼ିଶାରୁ ଲୁଟ୍ ହୋଇ ପଶ୍ଚିମବଙ୍ଗକୁ ହେଉଛି ବେଧଡ଼କ ବାଲି ଚୋରାଚାଲାଣ। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ଅଞ୍ଚଳରୁ ଏମିତି ଦୈନିକ ଲୁଟ୍ ହେଉଛି ବାଲି। ନଜର ପକାନ୍ତୁ ଘଟଣା ଉପରେ। ଦିନ ହେଉ କି ରାତି, ସଂଜ ହେଉ କି ସକାଳ। ସୁବର୍ଣ୍ଣରେଖା ପଠାରୁ ଅହରହ ବାଲି ବୋହି ନେଉଛନ୍ତି ବିଶାଳକାୟ ହାଇୱା ଗାଡ଼ି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଯେ ଖଣି ବିଭାଗର ଅନୁମୋଦନ ନଥାଇ, ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଦୈନିକ ପ୍ରାୟ ୨୦୦ରୁ ଅଧିକ ଟ୍ରକ୍ ବାଲି ଚାଲାଣ ହେଉଛି। ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ। ଏପଟେ ଦୈନିକ ବାଲି ଲୁଟ୍ ହେବା ଫଳରେ ନଦୀ ଗର୍ଭରେ ସୃଷ୍ଟି ହେଉଛି ବିରାଟକାୟ ଗର୍ତ୍ତ। ଯାହା ପରିବେଶ ଲାଗି ସୃଷ୍ଟି କରିବାକୁ ଯାଉଛି ଗୁରୁତର ସମସ୍ୟା। ତେବେ ପୋଲିସ ଓ ପ୍ରଶାସନର ନାକ ତଳେ ପ୍ରତିଦିନ କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ପଡୋଶୀ ରାଜ୍ୟକୁ କିଭଳି ନିୟମିତ ଚାଲାଣ ହେଉଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

Advertisment

ଏପଟେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୋଲିସ ଓ ସ୍ଥାନୀୟ ପ୍ରଶାସନ। ବାଲି ମାଫିଆଙ୍କୁ ଚେକ୍ ଦେବାକୁ ଗଲା କିଛି ଦିନ ହେବ ଚଢାଉ ଆରମ୍ଭ କରିଛନ୍ତି ଜଳେଶ୍ବର ତହସିଲଦାର। ଏମିତିକି ଗତ ଦୁଇ ଦିନ ଭିତରେ ତହସିଲଦାର ସ୍ଥାନୀୟ ପୋଲିସ ସହାୟତାରେ ରାତି ଅଧିଆ ଚଢାଉ କରି ଚୋରା ଚାଲାଣ ହେଉଥିବା ୯୧ଟି ହାଇୱା ଗାଡ଼ିକୁ ଧରିଛନ୍ତି। ସେ ଭିତରୁ ୩୩ଟି ଗାଡ଼ିକୁ ସିଜ୍ କରାଯାଇଛି। ଆଗକୁ ବାଲି ମାଫିଆଙ୍କ ବିରୋଧରେ ଆକ୍ସନ କଡ଼ାକଡି ହେବ ବୋଲି ତହସିଲଦାରଙ୍କ ଚେତାବନୀ ପରେ ଏବେ ଚୋରା ଚାଲାଣକାରୀଙ୍କ ଭିତରେ ଛନକା ପଶିଛି।

ପୂର୍ବରୁ ନଦୀ ବାଲିର ମାଲିକାନା ରାଜସ୍ବ ବିଭାଗ ଅଧିନରେ ରହିଥିଲା। ଯାହାର ତତ୍ବାବଧାନରେ ରହୁଥିଲେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲଦାର। କିନ୍ତୁ ପୂର୍ବ ସରକାର ଅମଳରେ ନଦୀ ବାଲି ଲଘୁ ଖଣିଜ ଦ୍ରବ୍ୟ ବର୍ଗରେ ଆସିବା ପରେ ଏହା ଖଣି ବିଭାଗ ଅଧିନକୁ ଆସିଛି। କିନ୍ତୁ ଖଣି ବିଭାଗର ସାଧନ ନଥିବାରୁ ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନାୟାସରେ ବାଲି ଚୋରି କରି ନେଉଛନ୍ତି ମାଫିଆ। ତେବେ ବାଲି ଚୋରିରେ ଖୁବଶୀଘ୍ର ରୋକ୍ ଲାଗିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...

Odisha Sand Mafia Administration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ