ଭଲ ନାହିଁ କ୍ୟାପିଟାଲର ରାଜରାସ୍ତା, ପାର୍ବଣ ପୂର୍ବରୁ ହେବ ତ ସମସ୍ୟାର ସମାଧାନ ?

ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍, କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା ।

Road Issues

ରାସ୍ତା ତ ନୁହେଁ ସତେ ଯେମିତି ମରଣ ଯନ୍ତା । ସବୁଠି ଖାଲ ଖମା । କେଉଁଠି ପିଚୁ ଉଠି ଗାତ ହେଲାଣି ତ କେଉଁଠି ବିପଦ ଆଁ କରି ହାତ ଠାରି ଡାକୁଛି । ବାଇକ୍, କାର୍ ହେଉ କି ଭାରି ଯାନ ସାମାନ୍ୟ ଅସାବଧାନତା ଆପଣଙ୍କୁ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖିନ କରାଇବ । ପାର୍ବଣ ପୂର୍ବରୁ ଏମିତି ସମସ୍ୟାରେ କେବଳ କ୍ୟାପିଟାଲ ନୁହେଁ କଟକ ବି ସନ୍ତୁଳି ହେଉଛି । ସେପଟେ ଅକ୍ଟୋବର ୫ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି । ଏହା ସହ ଡ୍ରେନେଜ୍ କାର୍ଯ୍ୟ ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ କଣ୍ଟ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

ସେପଟେ ସମୀକ୍ଷା ବୈଠକରେ ସାମିଲ ହୋଇ ବାରବାଟୀ କଟକ ବିଧାୟକ ମଧ୍ୟ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ କାମ ସାରିବାକୁ ଦାବି କରିଛୁ । ଏପଟେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ରହୁନି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଜର ପକାନ୍ତୁ ଏହି ତଥ୍ୟ ଉପରେ ।

କଟକ ଓ ଭୁବନେଶ୍ୱରରେ ଥିବା ମୋଟ ୯୧୩ ଟି ରାସ୍ତାରୁ ୩୮୫ଟି ରାସ୍ତା ଅବସ୍ଥା ଖରାପ ହୋଇପଡ଼ିଛି । ସେଥିମଧ୍ୟରୁ ୩୧୬ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବାବେଳେ, ୬୯ଟି ରାସ୍ତାରେ ବଡ଼ ତଥା ବ୍ୟାପକ ମରାମତି ଆବଶ୍ୟକ । ରାଜଧାନୀ ସହର ଭୁବନେଶ୍ୱରର ମୋଟ ୭୯୮ କିଲୋମିଟର ବିଶିଷ୍ଟ ୮୧୮ଟି ରାସ୍ତା ରହିଥିବାବେଳେ, ୨୨୨ କିଲୋମିଟର ବିଶିଷ୍ଟ ୩୫୧ଟି ରାସ୍ତାରେ ମରାମତି ଆବଶ୍ୟକ । ସେହିପରି କଟକରେ ମୋଟ ୧୯୭ କିଲୋମିଟର ବିଶିଷ୍ଟ ୯୫ଟି ରାସ୍ତା ରହିଥିବାବେଳେ, ୮୦ କିଲୋମିଟର ବିଶିଷ୍ଟ ୩୪ଟି ରାସ୍ତାରେ ମରାମତି ଆବଶ୍ୟକ। 

ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍ , କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା । ସେପଟେ ହଜାରେ ବର୍ଷର କଟକ ସହରର ଅବସ୍ଥା ବି ନକହିବା ଭଲ । ପାର୍ବଣ ପୂର୍ବରୁ ଟୁଇନ୍ ସିଟିରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତା ସମସ୍ୟାର ସମାଧାନ ପାଇଁ ଆଜି ଭୁବନେଶ୍ବରରେ ବସିଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ପୂର୍ତ୍ତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ପୂଜା ପୂର୍ବରୁ ଅକ୍ଟୋବର ୫ ସୁଦ୍ଧା ସରିବ ରାସ୍ତା ମରାମତି କାମ ।