Advertisment

ପୂର୍ବ ସରକାରର ଫେଲ୍ ଆଳୁ ମିଶନକୁ ଆଗକୁ ନେବେ ମୋହନ ସରକାର

ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି ।

undefined

Potato Mission

Advertisment

ନୂଆ ନିଷ୍ପତ୍ତି କିନ୍ତୁ ପୁରୁଣା ନୀତି । ସଫଳ ହେବ ତ ନୂଆ ସରକାରରେ ଆଳୁ ମିଶନ୍ ? ଏଇ ମାସରୁ ପୁଣି ଆଳୁ ମିଶନକୁ କାର୍ଯ୍ୟକାରୀ କରିଛନ୍ତି ମୋହନ ସରକାର। ୨୦୨୪ରୁ ୨୦୨୭ ଯାଏଁ ୩ ବର୍ଷ ପାଇଁ ମିଶନକୁ ପୁଣି ଚଳାଇବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ସରକାର ବେଳେ ଫେଲ୍ ମାରିଥିବା ଏ ମିଶନର ନୀତି ଅପରିବର୍ତ୍ତିତ ରହିଛି। ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି।

Advertisment

୫୦୦ ମେଟ୍ରିକ୍ ଟନରୁ ଅଧିକ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାରଗୁଡିକୁ ଏହି ରିହାତି ଦିଆଯିବ। ତେବେ ଏ ନୂଆ ମିଶନରେ ଚାଷୀଙ୍କୁ ଆଉ କେଉଁ କେଉଁ ସୁବିଧା ଦିଆଯିବ ତାହା ସ୍ପଷ୍ଟ କରାଯାଇ ନାହିଁ।

ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। କହିଛି, ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବାର ଆଶଙ୍କା ରହିଛି। ବିଜେପି କହିଛି, ପୂର୍ବ ସରକାରରେ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଳୁ ମିଶନ ଫେଲ ମାରିଛି। ନୁଆ ସରକାର ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇବା ସହ ପ୍ରତି ସବ୍ ଡିଭିଜିନରେ ଶୀତଳଭଣ୍ଡାର ପାଇଁ ନିଷ୍ପତ୍ତି ନେଇଛି। ତେଣୁ ନୂଆ ସରକାରରେ ମିଶନ ସଫଳ ହେବା ନିଶ୍ଚିତ।

Advertisment

ରାଜ୍ୟ ବଜାରରେ ଆଳୁ ଦର ଏବେ ବି ୩୦ରୁ ୩୫ ଟଙ୍କା ରହିଛି। ବ୍ୟବସାୟୀଙ୍କ ମତରେ ପଶ୍ଚିମବଙ୍ଗ ଉପରେ ଆମ ନିର୍ଭରଶୀଳତାରୁ ଏ ସ୍ଥିତି। ସେଠି ଦର କମୁନଥିବାରୁ ଏଠି ବି କମୁନି। ତେଣୁ ରାଜ୍ୟରେ ଉତ୍ପାଦନ ବଢିଲେ ହିଁ ଦର କମିବ। ତେଣୁ ଆଳୁ ମିଶନକୁ କାର୍ଯ୍ୟକାରୀ କରିବାକୁ ହେଲେ ସରକାର ଗ୍ରାଉଣ୍ଡକୁ ଯିବା ଦରକାର। ଅନ୍ୟପଟେ ଚାଷୀଙ୍କ କହିବା କଥା- ଖାଲି କହିଦେଲେ ହେବନି, ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତମାନର ବିହନ, ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଏବଂ ମାର୍କେଟିଂର ଆବଶ୍ୟକତା ରହିଛି। ପୂର୍ବ ସରକାରରେ ଯୋଜନା ଥିଲା ବୋଲି ଆମେ ଜାଣି ପାରୁନଥିଲୁ। ନୂଆ ସରକାର ଏଥିପାଇଁ ସହଯୋଗ ଓ ସହାୟତାକୁ ବଢ଼ାଇବା ଦରକାର।

୨୦୧୫ରେ ୩ ବର୍ଷ ପାଇଁ ଆଳୁମିଶନ ଆରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଏଥିପାଇଁ ୫୦ କୋଟି ଟଙ୍କା ଅତିରିକ୍ତ ବ୍ୟୟବରାଦ କରାଗଲା। ରାଜ୍ୟରେ ଆଳୁ ଚାଷ ୧୫ ହଜାର ହେକ୍ଟରରୁ ବଢାଇ ୬୦ ହଜାର ହେକ୍ଟରରେ ପହଞ୍ଚାଇବା ସହ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।

Advertisment

୨୦୨୪ ଯାଏଁ ୩ ଥର ଏହି ମିଶନର ଅବଧିକୁ ବଢ଼ାଯାଇଥିଲେ ବି ମାତ୍ର ୨୬ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବା ସହ, କେବଳ ୨୪ଟି ଶୀତଳଭଣ୍ଡାର ନିର୍ମାଣ ସମ୍ଭବ ହୋଇପାରିଥିଲା। ଏବେ ବି ବାର୍ଷିକ ୧୨ ଲକ୍ଷ ମେଟ୍ରିକ ଟନର ଆଳୁର ଆବଶ୍ୟକତା ଥିବା ବେଳେ, ଉତ୍ପାଦନ ହେଉଛି ମାତ୍ର ୩ ଲକ୍ଷ ମେଟ୍ରକ ଟନ୍।

BJD Potato Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ