Advertisment

ନୂଆ ସରକାରକୁ ମାସେ ପରେ ବି AG ପଦବୀ ଖାଲି, ଲମ୍ବୁଛି ଆଶାୟୀଙ୍କ ତାଲିକା..!

AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।

undefined

AG

Advertisment

କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ ? ମୋହନ ସରକାରକୁ ମାସେ ବିତିଥିଲେ ବି ଏଜି ପଦବୀ ଏବେ ବି ଖାଲି । ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ବିରୋଧୀ ଉଠାଇଲେ ପ୍ରଶ୍ନ। ଏପଟେ ସରକାରୀ ସ୍ତରରେ ଏନେଇ ଆରମ୍ଭ ହୋଇଛି କସରତ। ରେସରେ ଆଗରେ ଅଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି।

Advertisment

ସେହିପରି ୨୦୧୯ରେ ବିଜେପି ଟିକଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଥିଲେ। ଅପରପକ୍ଷେ ଆଉ ଜଣେ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ରଙ୍କ ନାଁ ବି ଚର୍ଚ୍ଚାରେ। ସେହିପରି ଅନୁପ ବସୁଙ୍କ ନାଁକୁ ନେଇ ବି ଚର୍ଚ୍ଚା ଜୋର। ତେବେ ଚୁଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ। ଅପରପକ୍ଷେ ବିଳମ୍ବିତ ପ୍ରକ୍ରିୟାକୁ ନେଇ ବିରୋଧୀ ବିଜେଡି ଶାସକ ଦଳକୁ କଡା ସମାଲୋଚନା କରିଥିବାବେଳେ ବିଜେପି କହିଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।

କାହିଁକି ହେଉଛି AG ନିଯୁକ୍ତିରେ ବିଳମ୍ବ? ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା । ବିଧାନସଭାରେ ସାମ୍ବିଧାନିକ ସଂକଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ମାସେ ଏହି ପଦବି ଖାଲି ପଡିବା ଦ୍ୱାରା ନ୍ୟାୟିକ ପଦ୍ଧତିରେ ବାଧା ସୃଷ୍ଟି ହୋଇଛି।

Advertisment

ତେବେ ଯିଏ ସରକାରଙ୍କ ଅନୁଗତ ସହିତ ଅନୁଭବୀ ଓ ପାରଦର୍ଶୀ ସଂପନ୍ନ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥାନ୍ତି ସରକାର। ନୂଆ ସରକାର ଖୁବ ଶୀଘ୍ର ଏହି ସାମ୍ବିଧାନିକ ପଦବି ପୂରଣ କରିବେ ବୋଲି ଓଡିଶା ବାର କାଉନସିଲ୍ ଆଶା ରଖିଛି।

ଚର୍ଚ୍ଚା ବଢୁଥିବାରୁ ସରକାର ଖୁବ ଶୀଘ୍ର ଆଡଭୋକେଟ୍ ଜେନେରାଲଙ୍କୁ ନିଯୁକ୍ତ କରିପାରନ୍ତି। ତେବେ କେଉଁ ନାଁ ଉପରେ ସରକାର ମୋହର ମାରୁଛନ୍ତି ତାକୁ ଅପେକ୍ଷା।

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ