Advertisment

କେବେ ପୂରା ହେବ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ?

ସରକାର ବଦଳିବା ପରେ ତ୍ବରାନ୍ବିତ ହେବ କି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାମ? ନା ପିପିପି ମୋଡରେ ନିର୍ମାଣ ପାଇଁ କମ୍ପାନୀ ନମଳିବାରୁ ଶୀତଳଭଣ୍ଡାରକୁ ଚାଲିଯିବ ପ୍ରକଳ୍ପ?

ଅଦ୍ୟତନ ହୋଇଛି
undefined

Puri Airport

Advertisment

କେବେ ପୁରା ହେବ ପର୍ଯ୍ୟଟନ ସହର ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ? ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ଯୋଜନା ଆଗକୁ ଯିବ, ନା ବାଧା ବିଘ୍ନ ଓ ବିରୋଧାଭାଷ ଭିତରେ ଅଧାରେ ଅଟକି ଯିବ ? ବିଶ୍ବର ଅନ୍ୟତମ ପ୍ରମୁଖ ଧାର୍ମିକ କ୍ଷେତ୍ର ତଥା ଓଡ଼ିଶାର ପର୍ଯ୍ୟଟନ ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀକୁ ସିଧାସଳଖ ଆକାଶ ପଥରେ ସଂଯୋଗ ଲାଗି ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସିପସରୁବାଲି ମୌଜାରେ ପ୍ରସ୍ତାବିତ ବିମାନବନ୍ଦର ଲାଗି ଜାଗା ଚିହ୍ନଟ ସରିଛି ।

Advertisment

୨ ହଜାର ୨୦୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗ୍ରୀନ ଫିଲ୍ଡ ବିମାନବନ୍ଦର ଲାଗି ଜିଲ୍ଲା ପ୍ରଶାସନ ୧୩୦୦ ଏକର ଜମି ଅଧ୍ରିଗ୍ରହଣ କାମ ବି ସାରିଛି । ହେଲେ କିଛି ବର୍ଷ ଆଗରୁ ଘନ ଘନ ଫିଲ୍ଡ ସର୍ଭେ ଓ ଅନୁଧ୍ୟାନ କାମ ଚାଲିଥିଲେ ବି ଏବେ ପ୍ରକଳ୍ପ କାହିଁକି ଆଗଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବାସିନ୍ଦା ତଥା ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ଓ ଅନୁଷ୍ଠାନ। ଏମିତିକି ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ ଏ ମହତ୍ବାକାଂକ୍ଷୀ ପ୍ରକଳ୍ପ ଧିମା ପଡ଼ିଯିବା ପଛର କାରଣ କଣ, ତାକୁ ନେଇ ନାନା ସନ୍ଦେହ ଜାତ ହୋଇଛି ।

ଓଡ଼ିଶାରେ ପର୍ଯ୍ୟଟନର ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଶ୍ରୀଜଗନ୍ନାଥ ଧାମକୁ ବିଶ୍ବର ବିଭିନ୍ନ ସହର ସହିତ ଯୋଡ଼ିବା ଉଦ୍ଦେଶ୍ୟ ନେଇ ୨୦୨୧ରେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ପରିକଳ୍ପନା ହୋଇଥିଲା । ଏଥିପାଇଁ ଜମି ଅଧିଗ୍ରହଣ ପରେ ୨୦୨୨ରେ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରିନଥିଲେ । ତା ପରଠୁ ଧିମା ପଡ଼ିଥିଲା ପ୍ରକଳ୍ପର ଗତି । ଏପଟେ ବିମାନବନ୍ଦର ପାଇଁ ପ୍ରସ୍ତାବିତ ସ୍ଥାନକୁ ନେଇ ମଧ୍ୟ ବିରୋଧଭାଷ ଦେଖାଦେଇଥିଲା ।

Advertisment

ବିଶେଷକରି ସମୁଦ୍ର ଉପକୂଳ ଓ ବାତ୍ୟା ପ୍ରବଣ ଅଞ୍ଚଳରେ ବିମାନବନ୍ଦର ହେଲେ ହେନ୍ତାଳ ବନ ନଷ୍ଟ, ବାଲୁକା ସ୍ତୁପ ପ୍ରତି ବିପଦ ଏବଂ ନିର୍ମାଣ ବ୍ୟୟସାପେକ୍ଷ ହେବାର ଆଶଙ୍କା ଥିବାରୁ ଏଠୁ ସହରର ଅନ୍ୟ ସ୍ଥାନକୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ମତ ପ୍ରକାଶ ପାଇଥିଲା। ତେଣୁ ଏସବୁ ପ୍ରସଙ୍ଗ ଏବେ ପ୍ରକଳ୍ପ କାମରେ ମନ୍ଥରତା ଆଣିଥିବା ଚର୍ଚ୍ଚା ହେଉଥିବା ବେଳେ ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସମେତ ଅନେକ କାର୍ଯ୍ୟ ଆଗେଇଥିବାରୁ, ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ । ସେହିଭଳି ଆଗକୁ ଏ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।

Puri Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ