Advertisment

ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନି ପଶ୍ଚିମବଙ୍ଗ; ବଜାରରେ ଆକାଶଛୁଆଁ ଦର...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି।

ଅଦ୍ୟତନ ହୋଇଛି
West Bengal Bans Potato Export To Odisha

Potato Price

Advertisment

ସୀମାରେ ଅଟକିଛି ଟ୍ରକ୍ ଏପଟେ ବଜାରରେ ଚଢ଼ା ଦର। ଆଳୁକୁ ନେଇ କିଛି ଏଭଳି ସ୍ଥିତି ଏବେ ରାଜ୍ୟରେ ଉପୁଜିଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପରେ ଆଜି ବଜାରରେ ମିଳୁନି ଆଳୁ। ଆଉ ଯାହା ଆଳୁ ଅଛି ତାହା ୫୦ ପାଖାପାଖି ପହଞ୍ଚିଲାଣି। ବ୍ରହ୍ମପୁର ବଡ଼ବଜାର ଗୋଦାମରେ ଆଳୁ ବସ୍ତା ଆସିନି, ସମାନ ସ୍ଥିତି କଟକ ଛତ୍ରବଜାରରେ ମଧ୍ୟ। ସମ୍ବଲପୁର ଓ ବାଲେଶ୍ବର ବଜାରରେ ଆଳୁ ଦର ଚଢ଼ା ହେଲାଣି। ଯେଉଁଠି ଲୋକେ କିଲେ, ଦିକିଲୋ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି। 

Advertisment

ଆଉ ଏପଟେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି। ଯାହାର ସିଧା ପ୍ରଭାବ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଗତକାଲି ରାତିରେ କେବଳ ବାଛି ବାଛି ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପଟେ ଅଟକା ଯାଇଛି। 

ଅନ୍ୟପଟେ ଆଜି ବିଧାନସଭାରେ ଉଠିଛି ଆଳୁ ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ଗୃହରେ ଆଳୁ ଦର ବଢ଼ିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଲେଶ୍ବର ବିଧାୟକ ମାନସ ଦତ୍ତ। ଚାରିଦିନ ହେଲା ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନି। ପଶ୍ଚିମବଙ୍ଗରେ ଦାଦାଗିରି ପାଇଁ ଏଭଳି ସ୍ଥିତି ଉପୁଜିଥିବା ମାନସ ଦତ୍ତ ଗୃହରେ କହିଛନ୍ତି। ଯଦି, ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ଓଡ଼ିଶା ସାମଗ୍ରୀ ବନ୍ଦ କରାଯାଉ ବୋଲି ସେ ଦୋହରାଇଛନ୍ତି। ଏ ନେଇ ସରକାର କିଛି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

Advertisment

ତେବେ ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ମନ୍ତ୍ରୀ ସ୍ଥିତି ଯାଞ୍ଚ କରିଛନ୍ତି । ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ଚଢ଼ାଉ କରିଛନ୍ତି। ଆଳୁ କେତେ ମହଜୁଦ ରହିଛି, କେତେ ଦର ରହିଛି ସେ ସବୁ ପରଖିଛନ୍ତି। ଏହାପରେ ମନ୍ତ୍ରୀ କହିଛନ୍ତି ଏବେ ରାଜ୍ୟରେ ଥିବା ଆଳୁ ସାତ ଦିନ ଯାଏଁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆଳୁ ନେଇ ଆଜି ଅପରାହଣ ୩ଟା ବେଳେ ଜରୁରୀ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

Potato Price Potato Potato Price Hike Potato Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ