Advertisment

ତାତି କଲବଲଠୁ ବଳିଲାଣି ପାଣି ଯନ୍ତ୍ରଣା : ୨୪ ବର୍ଷର ସରକାର କରିଛି କଣ ?

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ?

ଅଦ୍ୟତନ ହୋଇଛି
undefined

Drinking Water Problem

Advertisment

ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ। ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢିବାରେ ଲାଗିଛି ପିଇବା ପାଣିର ସମସ୍ୟା। ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି। କିଛି ସ୍ଥାନରେ ପାଣି ପାଇଁ ହନ୍ତସନ୍ତ ଜନତା ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ତ କେଉଁଠି ବିଭାଗୀୟ ଅଧିକାରୀଙ୍କୁ ବି ଘେରିବାକୁ ପଛାଇ ନାହାଁନ୍ତି।

Advertisment

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ? ପାଣି ପାଇଁ ଦୀର୍ଘଦିନ ହେଲା ହନ୍ତସନ୍ତ ହେଉଛନ୍ତି ଯାଜପୁର ବ୍ୟାସନଗର ପୋୖରାଞ୍ଚଳ ୨୧ ନମ୍ବର ୱାର୍ଡର ସନ୍ତରା ଗ୍ରାମବାସୀ। ଖରାଦିନ ପୂର୍ବରୁ ପିଇବା ପାଣି ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି କରିଥିଲେ। ପୂରଣ ନହେବାରୁ ସିଧା ବିଭାଗୀୟ ଅଧିକାରୀଙ୍କ ଉପରେ ଝାଡିଛନ୍ତି ଅସନ୍ତୋଷ।

ଏପଟେ ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ। ରୋଡ୍ ଉପରେ ଗରା, ବାଲଟି ରଖି ଜଣାଇଛନ୍ତି ପ୍ରତିବାଦ। ଏକମାତ୍ର ଜିଦ୍, ପିଇବା ପାଣି ନମିଳିବା ଯାଏ ରାସ୍ତାରୁ ହଟିବୁନି। କଣ୍ଟାବାଞ୍ଜି ଏନଏସିର ୫ ଓ ୬ ନମ୍ବର ୱାର୍ଡକୁ ପାନୀୟ ଜଳ ଯୋଗାଣ ଠପ୍ ହୋଇଯିବାରୁ ଉପୁଜିଥିଲା ଏଭଳି ଅଭାବନୀୟ ସ୍ଥିତି। ସମାନ ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଦିଗପହଣ୍ଡିର। ବାରମ୍ବାର ଦାବି ଜଣାଇବା ପରେ ବି ପିଇବା ପାଣି ନମିଳିବାରୁ ତାତିଛନ୍ତି ଗ୍ରାମବାସୀ। ଶତାଧିକ ମହିଳା ଦିଗପହଣ୍ଡି-ପଦ୍ମନାଭପୁର ମୁଖ୍ୟ ରାସ୍ତାରେ ହାଣ୍ଡି, ମାଠିଆ ରଖି ଅବରୋଧ କରିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପ୍ରତାପଗିରି। ବସୁଧା ଯୋଜନାରେ ଗାଁର ଠିଆ ହୋଇଛି ସୁଉଚ୍ଚ ପାଣି ଟାଙ୍କି। ଗାଁ ସାରା ବିଛା ଯାଇଛି ପାଇପ ଲାଇନ୍ ଆଉ, ଘର ଆଗରେ ଲାଗିଛି ଟ୍ୟାପ୍। ହେଲେ ପାଣିର ନାଁ ଗନ୍ଧ ନାହିଁ। ରାତି ପାହିଲେ ଲୋକ ଧାଇଁ ଯାଉଛନ୍ତି ଗାଁ ମୁଣ୍ଡରେ ଥିବା ପୋଖରୀକୁ। ବର୍ଷ ବର୍ଷ ଧରି ଏହି ଗୋଳିଆ ପାଣି ହିଁ ୨ ଶହ ପରିବାର ପାଇଁ ଭରସା ସାଜିଛି। ସେଥିରେ ରୋଷେଇ, ଲୁଗା ସଫା ଆଉ ଶୋଷ ବି ମେଣ୍ଟୁଛି। ଗାଁରେ ଗୋଟିଏ ମାତ୍ର ନଳକୂଅ ରହିଛି, ସେଥିରେ ପିଟି ପିଟି ହାଲିଆ ହେଲେ ବାହାରୁଛି ଅଧ ବାଲଟିଏ ପାଣି। ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଏଥର ପାଣି ନାହିଁ ତ ଭୋଟ୍ ନାହିଁର ଚେତାବନୀ ଦେଇଛନ୍ତି ମହିଳା।

ରାଜ୍ୟରେ ପାରଦ ୪୬ ଡିଗ୍ରୀ ଡେଇଁଲାଣି। ଏଭଳି ସ୍ଥିତିରେ ତାତିଠୁ ବଳିଗଲାଣି ଜଳ କଷ୍ଟ।

Advertisment

(ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟ ନାରୟଣ ପାଢ଼ୀ)

Water Scarcity Drinking Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ