Advertisment

ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍; ନେଟୱର୍କ ନଥିବାରୁ ପାହାଡ଼ ଚଢୁଛନ୍ତି ହିତାଧିକାରୀ...

ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।

ଅଦ୍ୟତନ ହୋଇଛି
undefined

Subhadra Yojana

Advertisment

କେଉଁଠି ସୁଭଦ୍ରା ଉତ୍ସାହ, ଆଉ କେଉଁଠି ଅପହଞ୍ଚ ସୁଭଦ୍ରା। କେଉଁଠି ବ୍ୟାଙ୍କ ଆଗରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ, ତ ଆଉ କେଉଁଠି ଗଛମୂଳେ ଓ ଜରିପାଲ ତଳେ ଚାଲିଛି ଜନସେବା କେନ୍ଦ୍ର। ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି । 

Advertisment

ଏପଟେ କେବଳ ଆପ୍ଲିକେସନ ରିଜେକ୍ଟ ହୋଇଥିବା ୨ ହଜାର ଜଣଙ୍କୁ ଛାଡ଼ି ବାକି ସମସ୍ତ ଆବେଦନକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିସାରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବି ଯେଉଁମାନେ ଆବେଦନ କରିବେ, ସମସ୍ତଙ୍କୁ ସେପ୍ଟେମ୍ବର ୧୭ର କିସ୍ତି ମିଳିବ ବୋଲି ଆଶ୍ବସ୍ତ କରିଛନ୍ତି।

ବ୍ୟାଙ୍କ ଆଗରେ ସୁଭଦ୍ରା ଭିଡ଼। ଗତକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ଖାତାକୁ ପଠାଇବା ପରେ, ଯାଜପୁର ଜିଲ୍ଲା ବରୀ ବାଲିଆପାଳରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ର ଦୃଶ୍ୟ। ସକାଳ ୭ଟାରୁ ମହିଳାଙ୍କ ଲମ୍ବା ଲାଇନ୍। କିଏ ତାଜା ତାଜା ଆସିଥିବା ଟଙ୍କା ଉଠାଇବାକୁ ଆସିଛି, ଆଉ କିଏ ଆସିଛି ଖାଲି ଥରେ ଦେଖି ନେବାକୁ, ଟଙ୍କା ସତରେ ଆସିଛି ତ ? କାଲି ସୁଭଦ୍ରା ଯୋଜନାରେ ସହାୟତା ବଣ୍ଟନର ଶୁଭାରମ୍ଭ କରି, ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ତେବେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା। ଗତରାତି ସୁଦ୍ଧା ୯୭ ହଜାର ହଜାର ହିତାଧିକାରୀଙ୍କ ଆପ୍ଲିକେସନ ପେଣ୍ଡିଂ ଥିଲା। ଆଜିର ରିପୋର୍ଟ ଅନୁସାରେ ଶତ ପ୍ରତିଶତ ଆବେଦନ କ୍ଲିଅର ହୋଇଛି । କେବଳ ୨ ହଜାର ଜଣଙ୍କୁ ଟଙ୍କା ଡେଲିଭରି ହୋଇପାରିନି। ଆକାଉଣ୍ଟ ଭୁଲଭଟକା ଯୋଗୁଁ ସେମାନଙ୍କ ଆପ୍ଲିକେସନ ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ପ୍ରଭାତୀ। ଏଥିସହ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ବି ଯେଉଁ ମାନେ ସୁଭଦ୍ରା ଯୋଜନାରେ ଯୋଡ଼ିହେବେ ସମସ୍ତଙ୍କୁ ସେପ୍ଟେମ୍ବର ୧୭ର କିସ୍ତି ମିଳିବ।

ଏପଟେ ରାଜ୍ୟର ଲକ୍ଷ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ, ଆହୁରି ଅନେକ ଏଯାଏଁ ଆବେଦନ ବି କରିପାରିନାହାନ୍ତି। କାରଣ ବହୁ ଉପାନ୍ତ ଇଲାକାରେ କେଉଁଠି ଜନସେବା କେନ୍ଦ୍ର ଅପହଞ୍ଚ, ତ ଆଉ କେଉଁଠି ପହଞ୍ଚିପାରୁନି ମୋବାଇଲ ନେଟୱର୍କ। ମାଲକାନଗିରି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ବାଣାଝୋଲି ପାହାଡ଼ ଉପରେ ଜରିପାଲ ତଳେ ଚାଲିଛି ଜନସେବା କେନ୍ଦ୍ର। ପାହାଡ଼ ଜଙ୍ଗଲ ଡେଇଁ ସ୍ବାମୀଙ୍କୁ ସାଥିରେ ଧରି ଆବେଦନ ପାଇଁ ଆସୁଛନ୍ତି ମହିଳା। 

Advertisment

ଆଉ ଏପଟେ ଗଜପତି ମୋହନା ମଳାସପଦରରେ ରାସ୍ତାକଡ଼ ଗଛମୂଳରେ ଲାପଟପ୍ ଧରି ବସିଛନ୍ତି ମୋ ସେବା କେନ୍ଦ୍ର ଅପରେଟର। ନେଟୱର୍କ ପାଇବାକୁ ଗାଁଠୁ ୬ କିଲୋମିଟର ଦୂରକୁ ଆସିବାକୁ ପଡ଼ୁଛି। ବଲାଙ୍ଗିର ଜିଲ୍ଲାର ସୀମାନ୍ତ ଗୁଡଭେଲା ବ୍ଲକରେ ତ କିଛି ମହିଳାଙ୍କୁ ୧୦ କିଲୋମିଟର ବାଟ ଯିବାକୁ ପଡ଼ୁଛି ସୁଭଦ୍ରା ଆବେଦନ ପାଇଁ । ଏହି ଅଞ୍ଚଳରେ ବସ୍ ଚାଲୁନଥିବାରୁ ୟା ତା ବାଇକରେ ତେଲ ପକାଇ ଯିବା ଆସିବା କରୁଥିବା କହିଛନ୍ତି। ସେପଟେ କିଛି ସେବା କେନ୍ଦ୍ରରେ ଆବେଦନ ପାଇଁ ୫୦ରୁ ଦେଢ଼ଶହ ଟଙ୍କା ଲାଞ୍ଚ ମାଗୁଥିବା ବି ଅଭିଯୋଗ ହୋଇଛି ।

Banks Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ