Advertisment

ଭିମସାର ସୁପରସ୍ପେଶାଲିଟି ହସପିଟାଲ କାର୍ଯ୍ୟକ୍ଷମ କେବେ ? ଧାର୍ଯ୍ୟ ସମୟରୁ ଗଡ଼ିଲାଣି ୬ ବର୍ଷ

ବିଲଡିଂ ପୁରା ଚକାଚକ୍, ବାକି ପଡ଼ିଛି ଆନୁସଙ୍ଗିକ କାମ । ଅନେକ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇନଥିବା କହିଲେ ବିଭାଗୀୟ ଅଧିକାରୀ ।

ଅଦ୍ୟତନ ହୋଇଛି
VIMSAR Super Speciality Hospital

VIMSAR Super Speciality Hospital

Advertisment

କେବେ କାର୍ଯ୍ୟକ୍ଷମ ହେବ ଭୀମସାର ସୁପର ସ୍ପେଶାଲିଟି ହସପିଟାଲ ? ୨୦୧୭ରୁ ସରିଛି ନିର୍ମାଣ କାମ, ଏଯାଏ ହୋଇପାରୁନି କାର୍ଯ୍ୟକ୍ଷମ । ଧାର୍ଯ୍ୟ ସମୟରୁ ବିତିଲାଣି ୬ ବର୍ଷ, ଲାଭ ପାଇପାରୁନାହାନ୍ତି ଲୋକେ । ବୁର୍ଲା ଭୀମସାର ପରିସରରେ ନିର୍ମିତ ସୁପର ସ୍ପେଶାଲିଟି ହସପିଟାଲ ବାହାରେ ବଡ ବୋର୍ଡ ଲାଗିଛି । ବିଲଡିଂ ପୁରା ଚକାଚକ୍, ଭିତରେ ରିସେପସନ୍ ହଲଠୁ ନେଇ ସବୁଠି ପଡିଛି ନୂଆ ଆସବାବପତ୍ର ।

Advertisment

ସିଲିଂ କାମ ସରିଛି, ଫ୍ୟାନ୍ ଲାଗିଛି, ଟିଭି ବି ଇନଷ୍ଟଲ ହୋଇଛି । ଇନଡୋର, ଆଉଟଡୋରଠୁ ନେଇ କନଫରେନ୍ସ ହଲ ସବୁ ରେଡି । କିନ୍ତୁ ସବୁ ପରେବି ଅବସ୍ଥା, ଦିଅଁ ନଥିବା ମନ୍ଦିର ଭଳି । ବିଶାଖାପାଟଣାର ଏକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇଥିବାବେଳେ, ୨୦୧୭ରୁ କାମ ଆରମ୍ଭ ହୋଇ ୨୦୧୮ ଅକଟୋବରରେ ସରିବା କଥା । ହେଲେ ୬ ବର୍ଷ ବିତିଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି । ଅନେକ ଗୁଡିଏ ଆନୁସଙ୍ଗିକ କାମ ବାକି ସହ ଅନେକ ବିଭାଗ ପାଇଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଏଯାଏ ହୋଇପାରୁନଥିବା କହିଛନ୍ତି ଭୀମସାର୍ ଭାରପ୍ରାପ୍ତ ନିର୍ଦ୍ଦେଶକ। 

ଏହି ହସପିଟାଲଟି କାର୍ଯ୍ୟକ୍ଷମ ହେଲେ, ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯିବାକୁ ପଡିବ ନାହିଁ । ଏପରିକି ପଡୋଶୀ ଛତିଶଗଡରୁ ବି ରୋଗୀମାନେ ଉପକୃତ ହୋଇପାରିବେ । ତେଣେ ବର୍ତ୍ତମାନର ସ୍ଥିତି ଯାହା, ଏହା କେବେ କାର୍ଯ୍ୟକ୍ଷମ ହେବ, ସେ ଉତ୍ତର କାହା ପାଖେ ନାହିଁ । ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ଭୀମସାର। ୧୯୫୯ରେ ସ୍ଥାପିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏଣ୍ଡ ହସପିଟାଲ । ୨୦୧୭ରୁ ଆରମ୍ଭ ହେଲା ଭୀମସାର ସୁପର ସ୍ପେଶାଲିଟି ହସପିଟାଲ ନିର୍ମାଣ କାମ । ଏହାରି ଭିତରେ ନିର୍ମାଣ କାମ ତ ସରିଛି, କିନ୍ତୁ କାର୍ଯ୍ୟକ୍ଷମ କେବେ ହେବ ? ପଦ୍ମ ଘୁଂଚି ଘୁଂଚି ଯାଉଛି।  

Advertisment

VIMSAR Burla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ