Advertisment

Victim to Be Airlifted to Delhi AIIMS: ଦିଲ୍ଲୀ AIIMSକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା...

ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଗତକାଲି ଅପେକ୍ଷା ଉନ୍ନତି ଆସିଛି ଏବଂ ଦିଲ୍ଲୀ ଏମସରେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ।

Victim to Be Airlifted to Delhi AIIMS

Victim to Be Airlifted to Delhi AIIMS

Advertisment

ଦିଲ୍ଲୀ ଏମସକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା। ଆଜି ଦିନ ୧୨.୩୦ ସୁଦ୍ଧା ତାଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ହେଉଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଗତକାଲି ଅପେକ୍ଷା ଉନ୍ନତି ଆସିଛି ଏବଂ ଦିଲ୍ଲୀ ଏମସରେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ।

Advertisment

କିଛି ସମୟ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ଟିମ୍ ସହ ଯୋଗାଯୋଗ ସରିଛି। ପୀଡ଼ିତାଙ୍କ ଶରୀରର ପ୍ରାୟ ୭୫% ପୋଡ଼ିଯାଇଥିବାରୁ ଦିଲ୍ଲୀ ଏମସରେ ତାଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ମିଳିପାରିବ। ଏହା ପୂର୍ବରୁ ପୀଡ଼ିତାଙ୍କୁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯିବାକୁ ଓଟିଭିକୁ ସୂଚନା ଦେଇଥିଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ। ଗତକାଲିଠୁ ଏମ୍ସରେ ଗୁରୁତର ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କର ଚିକିତ୍ସା ଚାଲିଛି। ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ତାଙ୍କର ଚିକିତ୍ସା କରାଯାଉଛି। ସେ ଏବେ ICUରେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତିି।୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ତେବେ ନାବାଳିକାଙ୍କ ଦେହରେ କିଏ ଲଗାଇଲା ନିଆଁ ? କିଏ ସେହି ୩ରୁ ୪ ଜଣ ଦୁର୍ବୃତ୍ତ ଏବଂ କାହିଁକି ସଂପୃକ୍ତ ୧୫ ବର୍ଷିୟା ନାବାଳିକା ଦେହରେ ଲଗାଇଲେ ନିଆଁ ? ନିର୍ମମ କାଣ୍ଡ ପଛର କାରଣ ଏଯାଏଁ ଜଣାପଡ଼ିନଥିବାବେଳେ ପୁରୀ ବଳଙ୍ଗା ଗାଁରେ ଛାନଭିନ ଚଲାଇଛି ପୋଲିସ୍।

Advertisment

ଏସବୁ ଭିତରେ ପୋଲିସ୍ କୁ ପ୍ରାଥମିକ ତଦନ୍ତରୁ ମିଳିଛି ବଡ଼ ସୁରାକ୍। ପୀଡ଼ିତାଙ୍କ ଘରେ ଯାଞ୍ଚ ବେଳେ ମିଳିଛି କିଛି ବୋତଲ। ଏସବୁ ବୋତଲ ଘଟଣାସ୍ଥଳରୁ ମିଳିଥିବା କିରୋସିନ୍ ବୋତଲ ସହ ଲିଙ୍କ୍ ଅଛି କି ତାକୁ ନେଇ ଯାଞ୍ଚ କରାଯାଉଛି। ଯୁବତୀଙ୍କୁ ଅପହରଣ ସମ୍ପର୍କରେ କୌଣସି ସୁରାକ ପୋଲିସ୍ ହାତରେ ଲାଗିନି। ୩ ଯୁବକ ପୀଡ଼ିତାଙ୍କୁ ଅପହରଣ କଲେ ସେ ସମ୍ପର୍କରେ ବି ପୋଲିସ୍ କୁ କିଛି ପ୍ରମାଣ ମିଳିନି। ସିସିଟିଭିରେ ବି କୌଣସି ପ୍ରମାଣ ମିଳିନଥିବା ବିଶ୍ବସ୍ତ ସୁତ୍ରରୁ ଖବର ମିଳିଛି। ଏସବୁ ଭିତରେ ପୀଡିତାଙ୍କ ପିଉସୀକୁ ଉଠାଇନେଇଛି ବଳଙ୍ଗା ପୋଲିସ, ପୂର୍ବରୁ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।

Delhi AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ