Advertisment

Utkarsh Odisha 2025: ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ଯୋଗଦେବେ ୧୨ଦେଶର ନିବେଶକ, ଛୁଟିବ ନିବେଶ ସୁଅ

ଆସନ୍ତା ଜାନୁଆରୀ ୨୮ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଶୁଭାରମ୍ଭ ହେବ। ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ। ‌

ଅଦ୍ୟତନ ହୋଇଛି
Utkarsh Odisha

Utkarsh Odisha

Advertisment

ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା । ପୁଣି କମ୍ପିବ ଜନତା ମଇଦାନ। ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌। ଓଡ଼ିଶା ଆସିବେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଭାରତ ଓ ଅନ୍ୟ ୧୨ଟି ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସମେତ ୫୦୦୦ରୁ ଅଧିକ ପ୍ରତିନିଧି । ଯାହାକୁ ନେଇ ଏବେ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।

Advertisment

ଆସନ୍ତା ଜାନୁଆରୀ ୨୮ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଶୁଭାରମ୍ଭ ହେବ। ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ। ‌ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ରାଜ୍ୟ ସରକାର ୪୦୦ଟି ଫର୍ଚୁନ୍ କମ୍ପାନୀ ମଧ୍ୟରୁ ୧୦୦ଟି କମ୍ପାନୀକୁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।

Utkarsh Odisha 2025: Utkarsh Odisha 2025

କନ୍‌‌କ୍ଲେଭ୍‌ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ ୨୭ରେ ପାଞ୍ଚଟି ଅଧିବେଶନ ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କନ୍‌କ୍ଲେଭ୍‌ର ସହଯୋଗୀ ଥିବା ଭାରତୀୟ ଶିଳ୍ପ ସଂଘ (CII)ର ଜାତୀୟ ପରିଷଦର ପ୍ରାୟ ୨୦୦ ବରିଷ୍ଠ ସଦସ୍ୟ ଓଡ଼ିଶା ଆସୁଛନ୍ତି। ଏହାରୁ ଲାଭ ଉଠାଇବା ଲାଗି ଏହି ଅଧିବେଶନଗୁଡ଼ିକ ଆୟୋଜନ କରିବା ନେଇ ଯୋଜନା ହୋଇଛି। ତେବେ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହିବେ।

Advertisment

ଜାନୁଆରୀ ୨୮ ପୂର୍ବାହ୍ନରେ ବିଶିଷ୍ଟ ଶିଳ୍ପପତିମାନେ ଆସିବେ। ଅପରାହ୍ନରେ ପାଞ୍ଚଟି ଅଧିବେଶନ ଆୟୋଜନ କରାଯିବ। କନ୍‌କ୍ଲେଭ୍‌ର ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଆୟୋଜନ କରାଯିବ। ଉଦ୍‌ଯାପନୀ ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷରୁ କମ୍ ବୟସ୍କ ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ଚୟନ କରାଯିବ। ପ୍ରତି ଜିଲ୍ଲାରୁ ୨ ଜଣ ଲେଖାଏଁ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ସୂଚନା ଦେଇଛନ୍ତି।

Bhubaneswar Make In Odisha Investment Proposals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ