Astrospeak
  • Live TV
  • Read In English

Free UPSC Coaching: ମାଗଣାରେ ମିଳିବ ୟୁପିଏସସି କୋଚିଂ,ଜାଣନ୍ତୁ କେମିତି କରିବେ ଆବେଦନ

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।

IAS Dream
ସାକାର ହେବ ଆଇଏଏସ୍ ସ୍ବପ୍ନ ।

ପୂରଣ ହେବ ଗରିବ ଆଶାୟୀଙ୍କ ଆଇଏଏସ୍ ସ୍ବପ୍ନ । ଗତ ସରକାରରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବ୍ୟବସ୍ଥା ବିଫଳ ହେବା ପରେ ରିସ୍କ ନେଇଛନ୍ତି ମୋହନ ସରକାର । ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଆଜିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ।

ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା UPSC କୋଚିଂ ଲଗାତର ବିଫଳ ହେବାପରେ । ପୁଣିଥରେ ରିସ୍କ୍ ନେବାକୁ ଯାଉଛନ୍ତି ନୂଆ ସରକାର । ଏଥର କିନ୍ତୁ ନୂଆ ତରିକାରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ ।

ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୨୦୨୫-୨୬ ବର୍ଷ ପାଇଁ ଆସନ୍ତା ଜୁନ୍ ୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା ।

ଅଧିକ ପଢ଼ନ୍ତୁ: ୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର

ଆଜିଠାରୁ କମନ ଆପ୍ଲିକେସନ ଫର୍ମ ବା CAF ସାମସ୍ ୱେବସାଇଟରେ ଉପଲବ୍ଧ ହୋଇଛି । ଗ୍ରାଜୁଏସନ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ୍ ଓ ମେନ୍ ପରିକ୍ଷାପାଇଁ ୧୧ ମାସ କୋଚିଂ ଦିଆଯିବ ।

ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ । ଏଥିରେ ସୁଧାର ଆଣିବା ଲାଗି ପୂର୍ବ ସରକାର ସମୟରେ ମଧ୍ୟ ପ୍ରଚଳନ ହୋଇଥିଲା ଏହି ବ୍ୟବସ୍ଥା । କିନ୍ତୁ, ସେତେବେଳେ ରାଜ୍ୟର ୮ଟି ବିଶ୍ବବିଦ୍ୟାଳୟ ଏବଂ ୫୦ଟି କଲେଜରେ ଏହି କୋଚିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ଜଣେ ହେଲେ ସଫଳ ହୋଇନଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।

ଶିକ୍ଷାବିତ୍ ନୂଆ ପଦକ୍ଷେପକୁ ସ୍ବାଗତ କରି କହିଛନ୍ତି, କେବଳ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ମଧ୍ୟରେ ଏହାକୁ ସୀମିତ ନରଖି କଲେଜ୍ ସ୍ତରରେ ବଚ୍ଛା ବଚ୍ଛା ପିଲାଙ୍କୁ ନେଇ ବର୍ଷସାରା କୋଚିଂ ଦିଆଗଲେ ଏହା ଆହୁରି ଅଧିକ ଫଳପ୍ରଦ ହୋଇପାରିବ । ୨୦୧୬ରୁ ୧୮ ଯାଏ କ୍ୟାମ୍ପସରେ ଆଇଏଏସ୍ କୋଚିଂ ପାଇଁ ବ୍ୟବସ୍ଥା କରିଥିଲେ ତତ୍କାଳୀନ ସରକାର । ହେଲେ ସେଥିରେ ସଫଳତା ନମିଳିବାରୁ ୨୦୧୯-୨୦ ଭୁବନେଶ୍ବରରେ କୋଚିଂ ହବ୍ କରିଥିଲେ । କିନ୍ତୁ, ସେଥିରେ ବି ଆଶାନୁରୂପକ ସଫଳତା ମିଳିନଥିଲା ।

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କହିଲେ...