Woman Jumps off Bridge
ମହାନଦୀକୁ ଡେଇଁଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ତାରତୋଲଠାରେ ମହାନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳିପାରିନି । ସେପଟେ ନଦୀକୁ ଡେଇଁଥିବା ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ତାଙ୍କ ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଯୁବତୀ ଜଣକ ପୋଲ ଉପରୁ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ: ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁଲେ; ଧକ୍କା ଦେଲା ମାଲବାହୀ ଟ୍ରେନ, ପ୍ରାଣ ହରାଇଲେ ୩ଯାତ୍ରୀ
ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସକାଳ ପ୍ରାୟ ୧୦ଟା ବେଳେ ଜଣେ ଯୁବତୀ ଲିଫ୍ଟ ମାଗି ବ୍ରିଜ୍ ମଝିକୁ ଆସିଥିଲେ । ଏହାପରେ ସେଠାରୁ ସେ ମହାନଦୀକୁ ଡେଇଁ ପଡ଼ିଥିଲେ । ତେବେ ଯୁବତୀଜଣକ ବ୍ରିଜ୍ ଉପରେ ନିଜ ଫୋନ୍ କିମ୍ବା ଚପଲ ଆଦି କିଛି ବି ଜିନିଷ ଛାଡ଼ି ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନି ।
ତେବେ ମହାନଦୀକୁ ଡେଇଁଥିବା ଯୁବତୀଙ୍କ ଘର କେଉଁଠି, ସେ ତାରତୋଲକୁ କିପରି ଆସିଲେ ଓ କାହିଁକି ଡେଇଁଲେ ସେ ନେଇ ସଠିକ ସୂଚନା ମିଳିପାରିନି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720693939.jpg)