Advertisment

ରୂପାନ୍ତୀକରଣ ନାଁରେ ଧୂଆଁବାଣ; ୧୦ଟି ଶ୍ରେଣୀକୁ ଦୁଇ କ୍ଲାସରୁମ୍, ଶିକ୍ଷାଦାନର ବିଦ୍ରୁପ ଚିତ୍ର !

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ।

ଅଦ୍ୟତନ ହୋଇଛି
undefined

5T School

Advertisment

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି । ଏହିକ୍ରମରେ ଏମିତି ଏକ ସ୍କୁଲର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ବୋଧହୁଏ ପୂର୍ବରୁ ଆପଣ କେବେ ଦେଖିନଥିବେ। ମାତ୍ର ୨ଟି କ୍ଲାସରୁମରେ ଚାଲିଛି ୧୦ଟି ଶ୍ରେଣୀର ପାଠପଢ଼ା । ଗୋଟିକରେ ପ୍ରଥମରୁ ଷଷ୍ଠ, ଆଉ ଗୋଟିଏରେ ସପ୍ତମରୁ ଦଶମ।

Advertisment

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ। ରାୟଗଡ଼ା ଜିଲ୍ଲା ଢାମୁଣିପାଙ୍ଗା ପଞ୍ଚାୟତର କତାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଗୋଟିଏ କ୍ଲାସରୁମକୁ ୪ ଶିକ୍ଷକ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗୋଟିଏ କ୍ଲାସରୁମରେ ହିଁ ପାଠ ପଢୁଛନ୍ତି ୪ଟି କ୍ଲାସର ପିଲା। ବ୍ଲାକବୋର୍ଡକୁ ଚକରେ ଗାର ଟାଣି କରାଯାଇଛି ୪ ଭାଗ । ବାମରୁ ଡାହାଣ ଯାଏଁ ଲେଖାଯାଇଛି ସପ୍ତମ, ଅଷ୍ଟମ, ନବମ ଆଉ ଦଶମ । ପିଲାବି ବସିଛନ୍ତି ଧାଡ଼ିବାନ୍ଧି । ଶୁଭୁଛି ଘୋ ଘା...ପ୍ରଧାନଶିକ୍ଷକଙ୍କଠୁ ଆରମ୍ଭ କରି ଯିଏ ଯାହାର ବିଷୟ ଧରି ପଢ଼ାଇ ଚାଲିଛନ୍ତି ଏଭଳି ଭାବେ କ୍ଲାସରୁମ ନଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ଅବସ୍ଥା । ପିଲା କହୁଛନ୍ତି, ଚକାଚକ୍ ନୁହେଁ, ବରଂ ଆମକୁ ଅଲଗା କ୍ଲାସରୁମ ଦିଅ ।

ସେମିତି ପ୍ରଥମରୁ ଷଷ୍ଠ ପିଲାଙ୍କ ଅବସ୍ଥା । ଗୋଟିଏ ରୁମରେ ଚାଲିଛି ୬ଟି କ୍ଲାସ୍ । ୧୯୬୩ରେ ପ୍ରତିଷ୍ଠିତ ଏହି ପୂରାତନ ସ୍କୁଲରେ ଅଛି ମାତ୍ର ୫ଟି କୋଠରୀ । ଗତବର୍ଷ ଏହି ସ୍କୁଲକୁ 5T ଅନ୍ତର୍ଭୁକ୍ତ କରି ରୁପାନ୍ତରଣ କରାଗଲା । ୫ଟି କୋଠରୀରୁ ୨ଟିକୁ ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରାଟୋରୀ କରାଯାଇଥିବା ବେଳେ ଅନ୍ୟ ଏକ ରୁମକୁ ଅଫିସ୍ ଭାବେ ବ୍ୟବହାର କରାଯାଉଛି । ବଳକା ୨ଟି ରୁମରେ ଏଭଳି ଦୟନୀୟ ଭାବେ ଗଢ଼ାଯାଉଛି ୯୪ ପିଲାଙ୍କ ଭବିଷ୍ୟତ । 

Advertisment

ଅବଶ୍ୟ ଅତିରିକ୍ତ କ୍ଳାସରୁମ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁରୀ କରି ଗତ ନଭେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । କିନ୍ତୁ କାମ ସରିବ କ’ଣ, ଆରମ୍ଭ ହିଁ ହୋଇନାହିଁ । ସମସ୍ୟା ସମ୍ପର୍କରେ ବିଡିଓ, ତହସିଲଦାରଙ୍କୁ ଅବଗତ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷକ। ଜିଲ୍ଲା ଶିକ୍ଷାଧିକାରୀ ବି ସ୍ଥିତି ଦେଖିଛନ୍ତି। ଅଥଚ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସଂପର୍କରେ ବିଡ଼ିଓ କିମ୍ବା ତହସିଲଦାରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ BEOଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Schools 5T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ