Advertisment

ଟାଇମ୍‍ପାସ୍‍ ପୁସ୍ତକପର୍ବ: ‘ବହିବର୍ଷା’ରେ ଓଦା ହେଲେ ଶତାଧିକ ଲେଖକ

ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସ ବି ସାମ୍ନାକୁ ଆସିଥିଲା ।

Time Pass Book Festival

Time Pass Book Festival

Advertisment

ବାହାରେ ଲଗାତାର ବର୍ଷା। ଓଦାଓଦା ପାଗ। ବର୍ଷାଛିଟାରେ ଶୀତେଇ ଉଠୁଛି ଦେହ। ଆଉ ଠିକ୍‍ ସେତିକିବେଳେ ଉତ୍କଳ ରଙ୍ଗମଞ୍ଚରେ ଏକ କଳାତ୍ମକ ପରିବେଶରେ ଆୟୋଜିତ ହୋଇଯାଇଛି ‘ଟାଇମ୍‍ପାସ୍‍ ବହିବର୍ଷା’। ବରିଷ୍ଠ, ପ୍ରବୀଣ ଓ ନବୀନ ଲେଖକଙ୍କ ମାରାଥନ୍‍ ପୁସ୍ତକ ଲୋକାର୍ପଣରେ ସାମିଲ ହୋଇ କଥା, ବଂଶୀ ଓ ଗୀତର ଶବ୍ଦସିକ୍ତ ସଂଜକୁ ଉପଭୋଗ କରିଛନ୍ତି ଶତାଧିକ ଲେଖକ ଓ ସାହିତ୍ୟପ୍ରେମୀ।

Advertisment

ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ଆୟୋଜିତ ଏହି ଆସରକୁ ଆଶୀର୍ବାଦର କେଇଧାଡ଼ି ଉଷୁମ ଶବ୍ଦରେ ଉଦ୍‍ଘାଟନ କରିଥିଲେ ବର୍ଷୀୟାନ ଲେଖକ ଡକ୍ଟର ବାସୁଦେବ ଦାସ, ବରିଷ୍ଠ କବି ଡକ୍ଟର ଫନୀ ମହାନ୍ତି, ସଦ୍ୟ ଶାରଳା ପୁରସ୍କାରପ୍ରାପ୍ତ ଚର୍ଚ୍ଚତ ଲେଖିକା ଡକ୍ଟର ସରୋଜିନୀ ସାହୁ ଏବଂ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ। ବିଶିଷ୍ଟ ଗୀତିକାର ବିଜୟ ମଲ୍ଲଙ୍କ ସଂଯୋଜନାରେ ବଂଶୀବାଦନ କରି ଉତ୍ସବର ଶୁଭାରଂଭ କରିଥିଲେ କଥାକାର ପ୍ରକାଶ ମହାପାତ୍ର।

Book InnagurationTime Pass Book Festival

ପ୍ରକାଶକ ତଥା ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ ଦର୍ଶକମଣ୍ଡଳୀକୁ ଅଭ୍ୟର୍ଥନା ଜଣାଇ କହିଥିଲେ ଯେ ଏହା କୌଣସି ପାରଂପରିକ ଭାଷଣସର୍ବସ୍ୱ ସଭା ନୁହେଁ। ପୁସ୍ତକଟିଏ ଜନ୍ମନେବା, ପିଲାଟିଏ ଜନ୍ମନେବା ପରି ଏକ ଆନନ୍ଦମୟ ଘଟଣା। ଏ ଅମୂଲ୍ୟ ମୁହୂର୍ତ୍ତକୁ ସମୀକ୍ଷା ବା ସମାଲୋଚନା ନୁହେଁ, ବରଂ ସ୍ନେହ ଓ ଆଶୀର୍ବାଦର ସ୍ପର୍ଶ ବେଶୀ ଜରୁରୀ।

Advertisment

ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ସୁଷମା ମିଶ୍ରଙ୍କ ମୁଖରିତ ନିରବତା, ଶୁଭଶ୍ରୀ ଲେଙ୍କାଙ୍କ ଏଇ ପୃଷ୍ଠାଟି ମୋର, ସ୍ୱାଗତିକା ମିଶ୍ରଙ୍କ କାକର ଟୋପାର ଆଖି, ରୀତାଞ୍ଜଳି ମହାରଣାଙ୍କ ମୁଁ ଦେବୀ ହେବାକୁ ଚାହେଁନା, ସୁପ୍ରଭା ବାରିକଙ୍କ ଖରସ୍ରୋତାରେ ଜୀବନ ଆଦି କବିତା ସଂକଳନ; ସରୋଜିନୀ ସାହୁଙ୍କ ଅସ୍ଥିର ପାଦ, ପ୍ରଜ୍ଞାଶ୍ରୀ ରଥଙ୍କ ମହେଞ୍ଜୋଦାରୋ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସର ମୁହୂରତ୍‍ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Book InnagurationTime Pass Book Festival

ସେହିଭଳି ଭୀମ ପୃଷ୍ଟିଙ୍କ ଶ୍ରେଷ୍ଠ ଗଳ୍ପ, ପ୍ରବୀଣା ମହାନ୍ତିଙ୍କ ଶ୍ରେଷ୍ଠ ଗଳ୍ପ, ସୁପ୍ରିୟା ପଣ୍ଡାଙ୍କ ଭିଜିବ କି ବର୍ଷାରେ, ଭୁବନେଶ୍ୱରୀ ପଣ୍ଡାଙ୍କ ଜୀବନ କହୁଛି ଗପ, ଯୋଗେଶ୍ୱର ପଣ୍ଡାଙ୍କ ଇତ୍ୟାଦି, ମିହିର ରାୟଙ୍କ ତପସ୍ୟା, ଶକ୍ତି ମହାନ୍ତିଙ୍କ କ୍ୟାସିନୋ, ସ୍ମୃତି ପଟ୍ଟନାୟକଙ୍କ ସୁନୟନା ଆଦି ଗଳ୍ପ ସଂକଳନ; ଡକ୍ଟର ବାସୁଦେବ ଦାସଙ୍କ ତୁଳସୀ କ୍ଷେତ୍ର ଓ ଶ୍ରୀ ବଳଦେବ ତତ୍ତ୍ୱ, ଡକ୍ଟର ସଂଯୁକ୍ତା ପରିଡାଙ୍କ ସୃଜନ ବଳୟରେ ଡକ୍ଟର କୃତ୍ତିବାସ ନାୟକ, ଅରୁଣ କୁମାର ତ୍ରିପାଠୀଙ୍କ ଜାଗ୍ରତ ପୁରବାସୀ ବି ଉନ୍ମୋଚିତ ହୋଇଥିଲା ।

Advertisment

ଏହାସହିତ ବିରାଜ ମୋହନ ଦାସଙ୍କ ନାଟକ ସଂକଳନ ଫକୀରମୋହନ ଉବାଚ ଲୋକାର୍ପିତ ହୋଇଥିଲା। ଏଥିସହିତ ସେନାପତି ପ୍ରଦ୍ୟୁମ୍ନକେଶରୀ, ପ୍ରକାଶ ମହାପାତ୍ର, ମୋହିତ ଚକ୍ରବର୍ତ୍ତୀ, ପଞ୍ଚାନନ ନାୟକ, ଜ୍ଞାନୀ ଦେବାଶିଷ ମିଶ୍ର, ଦେବବ୍ରତ ଦାସ, ପତିତପାବନ ପାଣି, ସ୍ମିତା ରଥ, ସୁମିତ ପଣ୍ଡା ପ୍ରମୁଖଙ୍କ ପୁସ୍ତକର ମୁହୂରତ୍‍ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ବର୍ଷାସଙ୍ଗୀତ ଗାନ କରି ଆସରର ଶେଷସ୍ପର୍ଶ ଦେଇଥିଲେ ସୁଶ୍ରୀ ଅର୍ପିତା ପତି। ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ଅବିନାଶ ସାହୁ ଏବଂ ସତ୍ୟଜିତ୍‍ ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ